Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Fantasy

3  

Amarnath Barick

Fantasy

ଶରତର ଆଗମନୀ

ଶରତର ଆଗମନୀ

1 min
164



କାଶତଣ୍ଡୀ ହୁଏ ନୃତ୍ୟରତା ମୃଦୁ

ହିଲ୍ଲୋଳରେ ତାଳେ ତାଳେ

ଦେଖି ମନ ପ୍ରାଣ ହୁଏ ପ୍ରତ୍ଫୁଲିତ

ଦିଗବଳୟ ଅନ୍ତରାଳେ ।


ପବିତ୍ର ପାର୍ବଣ ଦେବୀ ଆବାହନୀ

ଶରତର ଆଗମନେ

କାଶତଣ୍ଡୀ ପ୍ରାୟ ଧବଳ ଚାମରେ

ନଈପଠା ଉପବନେ ।


ନୀଳ ଆକାଶରେ ମେଘମାଳାମାନ

ଧିରେ ଅପସରି ଯାଇ

ଗାଁଆଠୁ ସହର ଉତ୍ସବ ମୁଖର

ହୋଇଉଠେ ମାଆ ପାଇଁ ।


ହସୁଛି ମରତ ମହାମାୟୀ ବିଜେ

ଆଗମନି ବାର୍ତ୍ତା ନେଇ

ନଦ ନଦୀ ହ୍ରଦ କୃଶତନୁ ହୁଏ

ପ୍ରକୃତି ସ୍ୱଚ୍ଛ ହୁଅଇ ।


ପୁଣି ସସାଗରା ଭୂ-ଜ୍ୟୋସ୍ନା ପ୍ଲାବିତ

ମଣ୍ଡପେ ମାଆଙ୍କୁ ପାଇ

ସମଗ୍ର ଜଗତ ପୂଜାର୍ଚ୍ଚନାଭରେ

ମଙ୍ଗଳ ମନାସୁ ଥାଇ ।


ମୁରୁକି ହସନ୍ତି ତରାଟ ମନ୍ଦାର

ମହାଅଷ୍ଟମୀରେ ଅର୍ପିତ

ଜଗତ୍ଜନନୀଙ୍କ ମୃଣ୍ମୟୀ ପ୍ରତିମା

କାରିଗର ସମର୍ପିତ ।




Rate this content
Log in

Similar oriya poem from Fantasy