ଅହଂକାର
ଅହଂକାର
ଅହଂକାର ସେ ତ ଅନଳ
ଯିଏ ଜାଳିପାରେ ସକଳ।
ହସଖୁସିର ସେ ସଂସାର
ଭାଙ୍ଗି କରଇ ଚୁରମାର।
ପରିବାରେ ଆଣେ ତିକ୍ତତା
ସ୍ରୁଷ୍ଟି କରେ ପୁଣି ଶତ୍ରୁତା।
ସଭିଙ୍କୁ କରି ସେ ବିଛିନ୍ନ
ସଂସାରକୁ କରେ ଉଚ୍ଛନ୍ନ।
ଭୁଲାଇ ଦିଏ ପିତାମାତା
ଅଚିହ୍ନା କରେ ଭଗ୍ନୀ ଭ୍ରାତା।
ସଂପର୍କ ମାନେ ବୁଝେନାହିଁ
ଗୁରୁ ଗୁରୁଜନ ମାନେନାହିଁ।
ମନୁଁ ଦୂରେଇ ଦିଏ ଭକ୍ତି
ସଦା କରଇ ଆତ୍ମ ସ୍ତୁତି।
ଅହଂକାର ସେ ତ ଗରଳ
ବିଷାକ୍ତ କରେ ଶୁଦ୍ଧ ଜଳ।
କୁତ୍ସିତ ମନର ଭାବନା
ଯେତେ ପୋଛିଲେ ବି ଲିଭେନା।
ଯାହାକୁ ଥରେ ଗ୍ରାସ କରେ
ଅବଶ୍ୟ ନାଶ ତାର କରେ।
ସେ ଅଟେ କଳଙ୍କର ଟିକା
ଜୀବନଟାକୁ କରେ ଫିକା।
ହରଣ କରେ ସବୁ ସୁଖ
ଜୀବନେ ଭରେ ଖାଲି ଦୁଃଖ।
ଅହଂକାର ଶତ୍ରୁ ମାନବର
ମୂଲ୍ୟ ବୁଝେନା ଜୀବନର