STORYMIRROR

Jyotsna Acharya

Abstract Fantasy Inspirational

3  

Jyotsna Acharya

Abstract Fantasy Inspirational

ଋତୁ

ଋତୁ

1 min
164

ଧରା ଧରଣୀ ତୁ,

"ମା" ରୂପେ ସଦା ତୁ ପୂଜିତେ

ସନ୍ତାନ ଟି ଅବା ଋତୁ ସବୁ ତୋର

ଭଉଣୀ ରୂପରେ ସତେ ଗଣିତେ।

ସ୍ନେହ ବନ୍ଧନରେ, ବନ୍ଧନ ମାତ୍ରଟି 

ଏକ ବିନା ନୁହେଁ ଆନ ଅସ୍ଥିତ୍ବେ,

ମହତ୍ବ ପଣକୁ ଦର୍ଶାୟୀ ରଖୁ ତୁ

କେତେ ରାଗ ଅନୁରାଗ ଗ୍ରୀଷ୍ମ ବର୍ଷାତେ।

ମମତା'ର ମୂଳେ ପୁଷ୍ପ ବରଷାଏ

କେତେ ଖୁସି ପୁଣି ଶରତ ଶୀତେ

କାକର ଟୋପା ରେ ସ୍ବସ୍ଛ ହୃଦୟ ତୋ

ମାପୁ ଥାଉ ପୁଣି ପତର ଡାଳେ।

ପତ୍ର ଝଡା ରୋଷ, ମାନ ଅଭିମାନ

କରେ ସେ ଅବା ଭଉଣୀ ରାଗେ-

ବସନ୍ତ ରାଗରେ ମାନି ବସୁ ପୁଣି 

ହୋଲି ଖେଳ ଦୋଳ ପୂର୍ଣ୍ଣମୀ ସାଥେ।

କର୍ତ୍ତବ୍ୟ ନିଭାଉ,

ଋତୁ ଗୁଣେ ଗୁଣ ପରଷି ମେଳେ

ସ୍ନେହ ଅଧିକାର ଅଳି ଟି ତୋ'ର 

ବର୍ଷ ମାସ ଦିନ ଅର୍ଦ୍ଦଳୀ ତୋଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract