STORYMIRROR

Rabindra kumar Sahoo

Abstract Fantasy

3  

Rabindra kumar Sahoo

Abstract Fantasy

କିଛି କହିବ କି

କିଛି କହିବ କି

1 min
204

 ପ୍ରେମ ପ୍ରଣୟର ଦ୍ଵନ୍ଦ୍ଵ ପାଇଁ

 ତୁମେ କିଛି କହିବ କି

 ମିଳନ ବିରହର ସମ୍ପର୍କରେ

 ତୁମେ କିଛି କହିବକି ।


 କିଏ ଠିକ୍ କିଏ ଭୁଲ୍

 ସେ ବିଷୟରେ କିଛି କହିବ କି 

 ଭଲ ମନ୍ଦର ବିଚାର ଭିତରେ

 ମୁଁ ଠିକ୍ ନା ତୁମେ ଠିକ୍

 ସେ ବାବଦେ କିଛି କହିବକି ।


 ପ୍ରେମିକା ଠିକ୍ ନା ପ୍ରେମିକ ଠିକ୍

 ପ୍ରେମ ସମ୍ବନ୍ଧରେ

ତୁମେ କିଛି କହିବକି ।


 ସଂସାର ଭିତରେ ଘର କରିଥିଲେ

 ସମାଜ ଠିକ୍ ନା ପରିବାର ଠିକ୍

 ସେ ଭୁଲ୍ ଠିକ୍ ର ହିସାବଟା

 ଟିକେ କହିବକି ।


 ମାଟି ମା'ର ଆଖିର ଲୁହ

ସ୍ନେହ ମମତା ଓ ଶ୍ରଦ୍ଧାର କୋହ

 ଏ ସ୍ଵାର୍ଥୀ ମଣିଷଙ୍କ ପାଇଁ

 କେଉଁ ଟା ଠିକ୍ କହିବକି

ତୁମେ କହିବ କି ତୁମେ କହିବକି ।


 ଶାନ୍ତି ମୈତ୍ରୀ ଏକତା ଠିକ୍

 ନା ଯୁଦ୍ଧ ହିଂସା ବିଛିନ୍ନତା ଠିକ୍

 କହିବ କି ତୁମେ କହିବକି ।


  ଭାରତ ମାତା ର ସନ୍ତାନ ହୋଇ

  ପାଶ୍ଚାତ୍ୟ ସଭ୍ୟତା ଠିକ୍ ନା

  ପ୍ରାଚ୍ୟ ସଭ୍ୟତା ସଂସ୍କୃତି ଠିକ୍

  କେଉଁଟା ଠିକ୍ କହିବକି

  ତୁମେ କହିବ କି ।

   

  ଜାତି ଧର୍ମକୁ ଭୁଲି

  ମଣିଷ ପରି ମଣିଷ ହୋଇ

  ବଞ୍ଚିବାକୁ ଠିକ୍ ବୋଲି

  ଭାବୁଛ କି ତୁମେ

  କହିବ କି ତୁମେ କହିବକି ।    


Rate this content
Log in

Similar oriya poem from Abstract