Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrushna Deb Sahoo

Action Fantasy Inspirational

3  

Harekrushna Deb Sahoo

Action Fantasy Inspirational

ପ୍ରିୟ ବନ୍ଧୁ

ପ୍ରିୟ ବନ୍ଧୁ

1 min
134



କବି ବନ୍ଧୁ! ଆହେ ପ୍ରିୟ ବନ୍ଧୁ!

କୁରେଇ ପତ୍ରର ଚିଠି ଡାକର, 

ପତ୍ରରେ ପତ୍ରରେ ଲେଖା-

'ହେ ବୃକ୍ଷ,ହେ ପଲ୍ଲବ,ହେ ସଖା !'

ଆପଣଙ୍କୁ ପ୍ରେରିତ ଶୁଭ ସମାଚାର । 

ନକର ନକର ହେ ବନ୍ଧୁ! 

ଅନ୍ୟଥା ଅପ ପ୍ରଚାର ।

ମୋ ପ୍ରିୟବନ୍ଧୁର ନାମେ ଅତ୍ୟାଚାର,

'ବୃକ୍ଷ ହିଁ ଜୀବନ' ନକର ଛାରଖାର। 

ସବୁଜ ପତ୍ର ସବୁଜ ସଙ୍କେତ, 

ସବୁଜ ପୃଥିବୀ ଅଙ୍ଗେ ରଚିତ ।

ବୃକ୍ଷଲତା ଆମ ଅନ୍ତରଙ୍ଗ ସଙ୍ଗାତ,

ମଧୁପ ବଜାଏ ବନ୍ଧୁ ବୀଣା ସଙ୍ଗୀତ। 


ବସିବ ଏ ମଧୁଲଗ୍ନେ, 

ମାନବ ବୃକ୍ଷ ସଙ୍ଗେ ମିତ,

ବନ୍ଧୁ ପାଇଁ ବନ୍ଧୁ କରେ ହିତ ।

ନିବିଡ ସମ୍ପର୍କ ଡୋରେ ଜଡିତ- 

'ପ୍ରକୃତି ଓ ପୁରୁଷ' କାହାଣୀ ଏମନ୍ତ। 


ଦାରୁବ୍ରହ୍ମ ନିର୍ମିତ ଘଟ ଜଗନ୍ନାଥ 

ବୃକ୍ଷରୁ ହିଁ ବ୍ରହ୍ମ ଗଢା ତ,

ବୃକ୍ଷ ପରି ପ୍ରିୟ ବନ୍ଧୁ,

ଏ ଜଗତେ ନାହିଁ ନାହିଁ ତ !


ଏ ବିଶ୍ୱ ଭୂବନେ ସକଳ ବିଦିତ

କାହ୍ନୁ ସୁଦାମାର ପ୍ରିୟ ସଙ୍ଗାତ, 

କୃଷ୍ଣ ଅର୍ଜୁନଙ୍କ ପ୍ରିୟ ବନ୍ଧୁତ୍ବ। 

 



Rate this content
Log in

Similar oriya poem from Action