STORYMIRROR

Sandhyarani dash

Fantasy

3  

Sandhyarani dash

Fantasy

ମମତା ମ ୟୀ

ମମତା ମ ୟୀ

1 min
206


ମମତା ମୟି ସେ ମାଆ ଟି ମୋହର

ତାର ସମ କେହି ନାହିଁ

ମନ ହୃଦୟକୁ ପଢ଼ି ଦେଇ ଥାଏ

ମଲାଟ କୁ ଖୋଲେ ନାହିଁ।


ମନ୍ଦକୁ ଲୁଚାଇ ଭଲ ବଖାଣଇ

କରିଛି ସବୁ ସୁକର୍ମ

ଅନ୍ତରେ ତାହାର ଅନେକ ମମତା

କିଏ ହେବ ତାର ସମ।


ଦୁଃଖକୁ ବାନ୍ଧଇ ସୁଖକୁ ଫିଟାଇ

ଢାଳି ଥାଏ ଆମ ପାଇଁ

ରାତି ଦିନ ସବୁ ଏକାକାର କରି

ଆମ ଭବିଷ୍ୟତ ପାଇଁ।


ବିଭୁଙ୍କ ପାଖରେ ନିତି ଅଳୀ କରେ

ଜଳାଇ ଅଖଣ୍ଡ ଦୀପ

ଦୁଃଖ ଦୂର କରି ସୁଖ ଯାଉ ଭରି

କରୁ ଥାଏ ନିତି ତପ।


ଅବାଟରେ ଗଲେ ଆକଟ କରେ ସେ

କଠୋର ନୁହେଁ ହୃଦୟ

ଆଖି ଲୁହ ତାର ବୋଲ ମାନେ ନାହିଁ

ଲକ୍ଷ୍ୟ ତାର ପିଲା ଜୟ।


ଯେତେ କଟକଣା ସବୁ ତ ପ୍ରେରଣା

ସନ୍ତାନ ର ସୁଖ ପାଇଁ

କୋଟି ପରମାୟୁ ମାଗୁଥାଏ ନିତି

ଇଶ୍ଵର ଙ୍କ ପାଦ ଛୁଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy