ମମତା ମ ୟୀ
ମମତା ମ ୟୀ
ମମତା ମୟି ସେ ମାଆ ଟି ମୋହର
ତାର ସମ କେହି ନାହିଁ
ମନ ହୃଦୟକୁ ପଢ଼ି ଦେଇ ଥାଏ
ମଲାଟ କୁ ଖୋଲେ ନାହିଁ।
ମନ୍ଦକୁ ଲୁଚାଇ ଭଲ ବଖାଣଇ
କରିଛି ସବୁ ସୁକର୍ମ
ଅନ୍ତରେ ତାହାର ଅନେକ ମମତା
କିଏ ହେବ ତାର ସମ।
ଦୁଃଖକୁ ବାନ୍ଧଇ ସୁଖକୁ ଫିଟାଇ
ଢାଳି ଥାଏ ଆମ ପାଇଁ
ରାତି ଦିନ ସବୁ ଏକାକାର କରି
ଆମ ଭବିଷ୍ୟତ ପାଇଁ।
ବିଭୁଙ୍କ ପାଖରେ ନିତି ଅଳୀ କରେ
ଜଳାଇ ଅଖଣ୍ଡ ଦୀପ
ଦୁଃଖ ଦୂର କରି ସୁଖ ଯାଉ ଭରି
କରୁ ଥାଏ ନିତି ତପ।
ଅବାଟରେ ଗଲେ ଆକଟ କରେ ସେ
କଠୋର ନୁହେଁ ହୃଦୟ
ଆଖି ଲୁହ ତାର ବୋଲ ମାନେ ନାହିଁ
ଲକ୍ଷ୍ୟ ତାର ପିଲା ଜୟ।
ଯେତେ କଟକଣା ସବୁ ତ ପ୍ରେରଣା
ସନ୍ତାନ ର ସୁଖ ପାଇଁ
କୋଟି ପରମାୟୁ ମାଗୁଥାଏ ନିତି
ଇଶ୍ଵର ଙ୍କ ପାଦ ଛୁଇଁ।
