STORYMIRROR

Anil kumar Pradhan

Fantasy

3  

Anil kumar Pradhan

Fantasy

ରକ୍ତପିଆ

ରକ୍ତପିଆ

1 min
222

ଆଉ

       କେତେ ରକ୍ତ ପିଇଲେ

ତୁମ ମାନଙ୍କ ରକ୍ତ କଳା ହେବ ଟିକେ ଶୁଣେ

       ସଂସାର ରେ ତୁମପରି

    ମହାକାଳ କିଏ ଥିବେ କି ନାହିଁ ?

           ଅଥଚ 

       ପ୍ରମାଣ କରିଦେଲ ଯେ'

 ଧଳା ପୋଷାକ ତଳେ ବି ତମକୁ ଏକ କଳା

      ସବୁ ମୁହୂର୍ତ୍ତରେ ଟାଣେ ll


    ନିଜ ପାଇଁ ରକ୍ତ ପିଇବାର ଅଛି

     ସଶରୀରକୁ ଖିନଭିନ କର

   ରକ୍ତ ବାହାରିଲେ ତାକୁ ପିଇବା ଶିଖ

    ସମାଜ ତମକୁ ରକ୍ତପିଆ ନୁହେଁ

       ଲାଇସୋଜମ କହିବ

        ଅନ୍ୟର ରକ୍ତ ପିଇ

  କେଉଁ ଏକ ବିଶାଳ ଉପାଧି ମିଳିଯିବ?

         ଟିକେ ଶୁଣେ 

       ପୁଣି ଶୁଖିଲା ତରୁରେ

         ପତ୍ର ସଞ୍ଚରିବ ll


         ରକ୍ତପିଆ ଛାଡ଼

 କେବେ ନିଜ ଖୋଳପାରେ ବଂଚିବା ଶିଖ

           ଅଥଚ 

   ଭବିଷ୍ୟତ ତୁମ ପାଇଁ ବନ୍ଧା ନପଡୁ

     କେଉଁ ଏକ ଅଚିହ୍ନା ଦିଗରେ

  ଆଉ କାହା ଖୋଳପା କୁ ଢାଙ୍କି ରଖିଲେ

     ଦେହରୁ ଦୁର୍ଗନ୍ଧ ଆସିବ ଯେ

           ଦେଖ !

       ନିଜକୁ ଘୃଣା କରିବାକୁ

       ଘୃଣା ବି କମ ପଡିଯିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy