STORYMIRROR

RAJANI KANTA SAHU

Romance Classics Fantasy

3  

RAJANI KANTA SAHU

Romance Classics Fantasy

ସହର ୨

ସହର ୨

1 min
169


ଏବେ ଯାଏଁ ବି ଆସୁଛି 

ତାଂକ ଦେହର ଗନ୍ଧ ମୋ ଦେହରୁ 

ମୋ ଦେହ ଓ ତାଂକ ଦେହର

ସଂପୂର୍ଣ୍ଣ ମିଶ୍ରଣ ରେ ସୃଷ୍ଟି ହେଇଥିଲା ଅନେକ ଝଡ 

ସେ ଝଡ କ୍ଷୀପ୍ରରୁ କ୍ଷୀପ୍ରତର ହେଇଥିଲା

ଅନେକ ସମୟ ପର୍ଯ୍ୟନ୍ତ ।


ଆଖି ଖୋଲିଲା ବେଳକୁ ତାଂକ ଦେହ ଥିଲା 

ମୋ ଦେହର ଯୋଜନ ଯୋଜନ ଦୂରରେ 

କିନ୍ତୁ ଆସୁଥିଲା ମୋ ଦେହରୁ 

ବିଭିନ୍ନ ଫୁଲର ଗନ୍ଧ , ପୁଳା ପୁଳା ମାଂସ 

ମୋ ଦେହର ଯେଉଁଠୁ ଭିଡିଆଣିଲେବି

ସେ ମହକୁ ଥିଲେ ଚମ୍ପା ଅବା

ଅନ୍ୟ କେଉଁ ଫୁଲପରି ।


ଦେହର ଅନେକ ସ୍ଥାନରେ ନଖାଘାତ ପରେ

ବହୁଥିଲେ ଶୀତ ସନ୍ଧ୍ୟାର ଶୀତଳ ପବନ

ସେଥିରୁ ଝରିପଡିଥିଲେ ଅନେକ ଶେଫାଳି ,

କିଛି ପାଦତଳେ ଦଳି ହେଇଗଲେ 

ଆଉ କିଛି ରଖିଥିଲି ତୋଳି ।


ଏବେ ଯାଏଁ ବି ସତେଜ ତାଂକ

ଦେହର ଗନ୍ଧ

ସହରର ଗୋଟିଏ କୋଣରୁ ଅନ୍ୟ କୋଣକୁ

ବ୍ୟାପିଯାଏ ମୋ ଦେହ ସହକାରେ ,

ମୁଁ ଏକା ନିଶାସକ୍ତ

ମତୁଆଲି ଭଅଁରଟେ 

ତୁମ ଦେହକୁ ମୋ ଦେହରେ ଧରି

ଉଡିବୁଲେ ସହରର ଗହଳି ଭିତରେ ।


Rate this content
Log in

Similar oriya poem from Romance