STORYMIRROR

Prasant Pati

Fantasy Others

3  

Prasant Pati

Fantasy Others

ସ୍ବପ୍ନର ନାୟୀକା

ସ୍ବପ୍ନର ନାୟୀକା

1 min
199


ରାତିବି ପାହିନି କି,ଫୁକିଆ ଉଁଇନି

ଭାବନାରେ ପୂର୍ଣ୍ଣଛେଦ ବି ପଡୁନି

କି ଅବା ଭାବନା,କାହାପାଇଁ ଭାବେ

କିଏ ସେ ରୂପଶୀ ମନେ ବି ପଡେନି,

କାହିଁକି ଆସଇ ନିତି ମୋ ସପନେ

କିଛି କହିଯାଏ ଚୁପି ଚୁପି କାନେ

କହିଯାଏ କେତେ ତା ମନର ଭାଷା

ହେଲେ ତ ଅବୁଝା ଲାଗେ ସବୁକଥା,

ଦୁଷ୍ଟ ଝରଣାର ପରି ତା ଚଞ୍ଚଳାତା

ଅବୁଝା ଲାଗଇ ତାର ଚପଳତା

ଲଗାଈ ସେ ଶୁଭ୍ର ରଜନୀଗନ୍ଧା

ସତେକି ମୋମନ,ତା ମନରେ ଛନ୍ଦା?

ମନେ ଶିହରଣ ଦେଇ ମଧୂଛନ୍ଦା

ଜୁଆରିଆ ନଇ ହେବ କି ସେ ବନ୍ଧା

ବହିବ କି ସେଇ ମଳୟ ସମୀର

କାହିଁକି ଏ ହୃଦୟ ଏତେ ଅଧିର ?

କାହିଁ ସ୍ବପ୍ନଜାଲେ ହୋଇଯାଏ ଛନ୍ଦି

ପ୍ରୀୟତମା କୁ ପାଇବି କି ଖୋଜି

ଅବା ପାହିଯିବ ମଧୂସ୍ବପ୍ନ ରାତି

ମାନସୀ ସ୍ବପ୍ନରେ ଯିବି କାହିଁ ହଜି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy