STORYMIRROR

Nrusingha Narayan Tripathy

Fantasy Others

4  

Nrusingha Narayan Tripathy

Fantasy Others

ପିକିନିକି ମଜା

ପିକିନିକି ମଜା

1 min
284


ପିକିନିକି ମଜା ପାଇଁ ସାଜସଜ୍ଜା

   ସଭା ହେଲା ଆୟୋଜନ

ବିଚାର ବିମର୍ଶ ନେଇ ପରାମର୍ଶ

   ଶେଷେ ସ୍ଥିର ହେଲା ସ୍ଥାନ ll


ଯିବା ପାଇଁ ଗାଡି ଭୋଜି ପାଇଁ ହାଣ୍ଡି

    ପ୍ରସ୍ତୁତିର ହେଲା ଶେଷ

ଚିକେନ ଚାଖଣ  ଭୋଜିରେ ମଟନ

    ଭାବି ଭୁଲିଗଲୁ ଶୋଷ ll


ଵୁଲି ଯିବା ଦିନ  ବ୍ୟାକୁଳ ରେ ମନ

     ଶୀଘ୍ର ଶେଷ ନିତ୍ୟକର୍ମ 

ଅତର ମାଖିଣ  ପୋଷାକ ପିନ୍ଧିଣ

     ବାହାରିଲୁ ସାରି କାମ ll


ଗାଡି ଉଇଁଗର  କରିଲା ଉଛୁର

   ଚିନ୍ତାରେ ବୋହିଲା ଝାଳ

ଫୋନ କରି ତାକୁ ଦେଖିଲୁ ଗାଡିକୁ 

    ଆସେ ଗାଡି ମାରି ଫୁଲ ll


ଗାଡ଼ିରେ ଚଢ଼ିଲୁ ଖୁସିରେ କହିଲୁ

     ରସବତୀ ଦେ ଲଗାଇ

ଲାଗିଲା ଭଜନ ପରେ ଆଧୁନିକ

   ରାମଚଣ୍ଡୀ ଆସେ ପାଖେଇ ll


ଝାଉଁ ଗଛ ମୂଳେ ଭୋଜି କଲା ବେଳେ

    ପକଡା ଶୀଘ୍ର କରିଣ 

ଟାଉଁ ଟାଉଁ କରି  ମିଳିମିଶି କରି

    ଖାଇଲୁ ପୁଳେ ଚିକେନ ll


ପରେ ମାଂସ କସା  ଫଟୋ ଉଠା ନିଶା

    ଆଗ୍ରହରେ ହସାହସି

ସାଗର ଦେଖିଲା ନଦୀ ବି ଦେଖିଲା

    ଝାଉଁ ବନ ଦେଖେ ବସି ll


ସେଲ୍ଫି ନେଇ ନେଇ ବାଜିଗଲା ତିନି

   ଖାଇଲୁ ମାଉଁସ ଭାତ

ସୁ ସୁ ହୋଇ କରି  ନାକ ପୋଛିକରି

    ମଜା ଉଠାଇଲା ଖାଦ୍ୟ ll


ଡେରି ଯେ ନ କରି  ତର ତର ହୋଇ

   ଚାଲିଲୁ ଚନ୍ଦର ଭାଗା

ଦରିଆ କୂଳରେ  ଜନଙ୍କ ମେଳରେ

    ସ୍ମୃତିରେ ରହିଲା ଜାଗା ll


ଫେରିଲୁ ଅନ୍ଧାରେ ନାଚିଲୁ ଗୀତରେ

    ଗୀତ ବୋଲି ତାଳି ମାରି 

ପାରିଲୁନି ଜାଣି  ପହଁଞ୍ଚି ଗଲୁଣି

    ଯେଝା ଘରେ ବାଏ କରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy