Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Fantasy

4  

Pratima Satpathy

Fantasy

କବି-ଦୀନକୃଷ୍ଣ ଦାସ

କବି-ଦୀନକୃଷ୍ଣ ଦାସ

1 min
307



ଓଡ଼ିଶାର ବାଲେଶ୍ବର ଜିଲ୍ଳା ଅନ୍ତର୍ଗତ

   ଜଳେଶ୍ଵର ଠାରେ

ଜନ୍ମ ହୋଇଥିଲ ଦୀନକୃଷ୍ଣ ଦାସ

   ଗରିବ ପରିବାରରେ ।

ଦୁର୍ବଳ ଅବସ୍ଥା ଥିଲେ ହେଁ ତୁମର

   ତାକୁ ନ କରି ଖାତର 

ଦିନରାତି ବସି ସୁନ୍ଦର ଲେଖନି

  ଲେଖୁଥିଲ ପ୍ରଭୁଙ୍କର ।

ଛୋଟବେଳୁ ଶ୍ରୀକ୍ଷେତ୍ରକୁ ଚାଲିଗଲ

  ଭକ୍ତି ଭାବ ରସେ ବୁଡି

ଢେଙ୍କାନାଳ ଏକଘରିଆ ଗ୍ରାମରେ

   ସାହିତ୍ୟ ସାଧନା କରି ।

ରସ କଲ୍ଲୋଳରେ ରାଧା କୃଷ୍ଣ ଲୀଳା

   ସୁନ୍ଦର ଭାବେ ବର୍ଣ୍ଣନା

ଅପୂର୍ବ ଲୀଳାକୁ ପ୍ରକାଶ କରିଲ

  ନାହିଁ ତାହାର ତୁଳନା ।

ସୁଭଦ୍ରା ହରଣ, ମହିମା ସାଗର,

  ଭୂତକେଳି , କଂସ ବିଭା

ଭକ୍ତି ସାଗର ଓ ନାମ ରସ ଗୀତା

   ଏବଂ ନାମ ବ୍ରହ୍ମଗୀତା ।

ଅଳଙ୍କାର ବୋଲି, ରସ ବିନୋଦ

  ଏପରି ଅନେକ କାବ୍ୟ

ରଚନା କରିଛ ଆହେ ରୀତି ଯୁଗ

  କବି ଦୀନକୃଷ୍ଣ ଦାସ ।

ରାଜା କହିଲେ ଯେ ତାଙ୍କର ବନ୍ଦନା

   କଲେ ଦେବେ ପୁରସ୍କାର

ନିର୍ଭୟେ କହିଲ ଦୀନକୃଷ୍ଣ ଦାସ

  ଭୟ ନରଖି ମନର ।

ପ୍ରଭୁଙ୍କ ଛଡ଼ା ମୁଁ କାହାର ବନ୍ଦନା

    କରିବି ନାହିଁ ମଣିମା

ସଭାର ପଣ୍ଡିତ, କରିଣ ଚକ୍ରାନ୍ତ

  ବନ୍ଦୀ କରିଲେ ମହାତ୍ମା ।

ଭୋକ ଶୋଷରେ ଜୀବନ ତ

ସଙ୍କଟାପନ୍ନ ହୋଇ ଯାଇଥିଲା

ପ୍ରଭୁ ଜଗନ୍ନାଥ ଦେଲେ ଯେ ମିଷ୍ଟାନ୍ନ

   ଭକ୍ଷଣ କରି ବଳିଲା ।

ରାଜାଙ୍କୁ ସ୍ୱପ୍ନରେ କହିଲେ ଠାକୁର

  ମୋ ଭକ୍ତକୁ ମୁକ୍ତ କର

ସସମ୍ମାନେ ତାଙ୍କୁ ଦେଶ, ଗ୍ରାମ ଦେଇ

   ରଖ ହେ ଏହି ସ୍ଥାନର ।

ଏବେ ମଧ୍ୟ ପୁରୀ ଠାରେ ଦୀନକୃଷ୍ଣ 

  ଦାସ ମଠ ଅଛି ରହି

ରୀତି ଯୁଗ କବି ସଭିଙ୍କ ମନରେ

  ଅଛନ୍ତି ଅମର ହୋଇ ।


Rate this content
Log in

Similar oriya poem from Fantasy