STORYMIRROR

Puja Pradhan

Tragedy Fantasy Inspirational

4  

Puja Pradhan

Tragedy Fantasy Inspirational

ନାରୀ

ନାରୀ

1 min
327

ନୁହେଁ ମୁଁ ପୀଡିତା ନୁହେଁ ନୀରଝରିତା

  ନୁହେଁ ମୁଁ ପାଷାଣ ପରି

 ସ୍ନମାନ ସହ ବଞ୍ଚିଛି ଆଜି ମୁଁ ନାରୀ

   ଘର ଓ ବାହାର ସବୁଠି ଆଦର

  ପ୍ରତି କ୍ଷେତ୍ରର ରେ ମୋର

 ସବୁକାମ ପାଇଁ ରହିଛି ଜାଗ୍ରତ

   ଭୁଲିନି କର୍ତ୍ତବ୍ୟ ମୋର

 ମହାକାଶ ଠାରୁ ହାଣ୍ଡିଶାଳ ଯାଏ

   ସବୁକିଛି ମୁଁ ତୁଲାଏ

  ସ୍ନେହ ଓ ଆଦର ପରସରେ

   ସଂସାର ଆଗେଇ ନିଏ

  ନିଜପାଇଁ କେବେ କରେନି ଭାବନା

    କରେନାହିଁ କେବେ ଚିନ୍ତା

   କେତେ ଝଡ଼ ଆସି ଫେରି ଚାଲିଯାଏ

    ନୁହିଁ ନାହିଁ ମୋର ମଥା

  ଜୀବନ ରାସ୍ତାରେ କେତେ ଖାଲଢିପ

    ଅଣଓସାରିଆ ବାଟ

  ସେସବୁ ଆଡେଇ ଚାଲି ଥାଏ

    ନିଜ ପଥେ ମୁଁ ଅକ୍ଳାନ୍ତ

  ପଛକୁ କେବେବି ଫେରି ଚାହେଁ ନାହିଁ

    ମନରେ ନଥାଏ ଦ୍ୱନ୍ଦ୍ୱ

   ମୋମନରେ ଯେବେ ଆସୁଥାଏ କୋହ

     ମୋ ଛାତିରେ ଚାପି ନିଏ

   ଦୁନିଆ ଲୋକଙ୍କୁ ଚାହିଁଚାହିଁ

     ଧୀରେ ଧୀରେ ହସିଦିଏ

   ଆଖିରେ ମୋହର ଆସେ ଯେବେ ଲୁହ

     ପଣତ ରେ ପୋଛିଦିଏ

   ସଭିଙ୍କୁ ତିଆରୀ କହୁଥାଏ ମୁହିଁ

     ମନରେ କରନି ଚିନ୍ତା

   ଆମ ଲାଗି ସେହି ପରମ ଈଶ୍ୱର

     କରିଛନ୍ତି କେତେ ବ୍ୟବସ୍ତା

    ଏକୁଟିଆ ହେଲେ ଘରକଣେ ମୁଁ ଯେ

      ମନଭରି କାନ୍ଦିନିଏ

    ଆଖିର ଲୁହକୁ ପଣତରେ ପୋଛି

     ଆଗକୁ ମୁଁ ଚାଲିଥାଏ

    ସହନଶୀଳତା ମାୟା ଓ ମମତା

     ପୂର୍ଣମୟୀ ମୁଁ ଯେ ନାରୀ

   କେବେବି ଭୁଲିନି କ୍ରମ ସବୁମୋର

     ଭୁଲେନି କଥା କାହାରି ll

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy