STORYMIRROR

Santosh Kumar Ojha

Romance Fantasy

4  

Santosh Kumar Ojha

Romance Fantasy

ପ୍ରିୟା-୪୮

ପ୍ରିୟା-୪୮

1 min
269


ହସି ଦେଲେ ବହେ ମଳୟ ପବନ

ଫୁଟିଯାଏ କୃଷ୍ଣଚୂଡ଼ା 

ତରୁରେ ତରୁରେ ବସନ୍ତ ବିହରେ

ଋଷିଗଲେ ପତ୍ରଝଡ଼ା

ଅଭିମାନ କଲେ ବରଷା କାନ୍ଦୁଛି

ଭସା ମେଘେ ମଥା ପିଟି

ତମେ, ରାଗି ଗଲେ ଜଳେ ନିଦାଘ ନିର୍ଜନେ

ଶୁଖିଯାଏ ମରୁ ତଣ୍ଟି

ସଦ୍ୟ ପ୍ରସ୍ଫୁଟିତ ଗୋଲାପଟେ ପରି

ତମେ ଗଲେ ଟିକେ ଲାଜେଇ

ଶୀତର ଦେହଟା ଶୀତେଇ ଉଠୁଛି

ଅଳସରେ ମାରୁଥାଏ ହାଇ

ସଜଳ ନୟନେ କଜଳକୁ ଦେଖି

ରାତି ସିନା ଦିଏ ହସି

ଶୁଭ୍ର ଚନ୍ଦନର କୁଙ୍କୁମକୁ ଦେଖି

ଜହ୍ନ ଯାଏ ଋଷି ଋଷି

ରକ୍ତଜବା ଝୁରେ ଅଳତା ହେବାକୁ

ଦେଖି ତୁମ ପାଦ ଖାଲି

ରାଜହଂସୀ ଧାଏଁ ପଛେ ପଛେ ତୁମ

ଶିଖିବାକୁ ତୁମ ଚାଲି

ହାର୍ ମାନି ଧରି କୋଇଲି ମେଳାଏ

ବେସୁରା ରାଗିଣୀ ଭୟେ

ସକାଳ ବନ୍ଦନା ଝଙ୍କାର ତୋଳେ

ଶୁଣି ତୁମ କଣ୍ଠ ପ୍ରିୟେ

କେତେ ମୁଁ ବର୍ଣ୍ଣିବି କୁହ ? 

ପ୍ରିୟା ଅବର୍ଣ୍ଣନୀୟ ତ ରୂପ

ବାମନ ହେଇକି ଚାନ୍ଦ ଧରିବାର

କଲି କିବା ମହାପାପ

ବାରେ ଦିଅ ଧରା

ନୟନରୁ ମୋର ଶୁଖିଯାଉ ପ୍ରିୟା

ଲୁହ ଧାରା

ବାରେ ଦିଅ ଧରା

ପ୍ରିୟା.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance