STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ଅଧା ରହିଗଲା କଥା

ଅଧା ରହିଗଲା କଥା

1 min
286


ଷୋଳଟି ଫଗୁଣ ଆସି

  ମନ ଦରଵାଜା ଛୁଇଁ

   ହୃଦୟ ମନ୍ଦିରେ ପ୍ରବେଶିଲା,

ଅନ୍ତରେ ବେଦନା ଭରି

  ଲାଜରେ ଗଲି ମୁଁ ସରି 

   ମନ କଥା ମନେ ରହିଗଲା।


ପ୍ରସ୍ତାବ ଦେଇନି କେବେ

  ଭାବିଛି ଅନେକ ଥର

   କହିଦେବି ଖୋଲି ମନ କଥା,

ଜୀବନ ଯୌବନ ସତେ

  କେତେ ଉନ୍ମାଦନା ମୟ

   ବଖାଣିଲେ ସରୁନାହିଁ ବ୍ଯାଖା।


ଭାବନା କାହାଣୀ ହୋଇ

  ଭାବ ଦରିଆରେ ଭାସେ

   ଅଧା କାହାଣୀ ମନରେ ଲେଖା,

ଗୋଲାପ ଦେଇନି ସିନା

  ପ୍ରସ୍ତାବ ଦେଉଛି ଆଜି 

   ଏହି ଫଗୁଣରେ ସାଥି ହେବା।


କହିବି କହିବି ବୋଲି 

  କହି ପାରିଲିନି ପ୍ରୀୟା 

    ମୋର ଭଲପାଇବାର ବ୍ଯଥା,

ଲେଖିବି ଲେଖିବି ଭାବି

  ଲେଖି ପାରିଲିନି ସଖା 

     ସବୁକିଛି ରହିଗଲା ଅଧା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance