STORYMIRROR

Naliniprava Subudhi

Fantasy

4  

Naliniprava Subudhi

Fantasy

ରଙ୍ଗର ପସରା

ରଙ୍ଗର ପସରା

1 min
213


ଆଣିଛି ଫଗୁଣ ପ୍ରେମର ଲଗନ

ସାତ ରଙ୍ଗେ ରଙ୍ଗାୟିତ।

ରଙ୍ଗର ସାୟରୀ ହୋଲିର ମାଧୁରୀ

ରାଧାକୃଷ୍ଣ ପ୍ରେମ ବର୍ଣ୍ଣିତ।


ବସନ୍ତ ଵିରାଜ ଧରା ହୁଏ ସଜ

ପ୍ରକୃତିର ବର୍ଣ୍ଣବିଭା ।

ବନ ଉପଵନେ କୁସୁମ କାନନେ

ସୁଗନ୍ଧିତ ମନଲୋଭା।


ଗୋପାଙ୍ଗନା ମିଳି କୁଞ୍ଜଵନେ ଦୋଳି

ଝୁଲଣେ ରାଧାମୋହନ।

ନାନା ହାସ୍ୟରସ ପ୍ରେମରଙ୍ଗେ ବଶ

ମୁଖେ ଅବିର ଲେପନ।


ଲଳିତା ବିଶାଖା ସାଥୀ ଚିତ୍ର ଲେଖା 

ମାରି ରଙ୍ଗ ପିଚକାରୀ।

କେଳିକୁଞ୍ଜ ବନ ଦିଶେ ଶୋଭାଵନ

କାହ୍ନା ପ୍ରେମେ ରାଧାଗୋରୀ।


କେଡେ ଶୋଭାବନ ଏ,ମଧୁ ଲଗନ

ରଙ୍ଗର ପସରା ଧରି।

ଆସିଲାରେ ହୋଲି ରାଗ,ରୋଷ ଭୂଲି

ସର୍ବେ ଆସ ହାତ ଧରି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy