STORYMIRROR

Akshayakumar Dash

Action Fantasy Children

4  

Akshayakumar Dash

Action Fantasy Children

ବସନ୍ତ

ବସନ୍ତ

1 min
348


ଗଲାଣି ଶୀତ

ହସେ ବସନ୍ତ

ଆମ୍ବ ବଉଳ କଷି,

କୁହୁକ ତାନ

କୋଇଲି ଗାନ

ମଳୟ ଆସେ ପସି।


ଜଙ୍ଗଲ ଶୋଭା

ପୁରୁଣା ଥିବା 

ପତର ଗଲା ଝଡି,

କଁଅଳ ନୂଆ

ପରିକା ଛୁଆ

ଯାଆନ୍ତି ଗଛ ବଢ଼ି।


ନାଲି କାଗଜି

ପଳାଶ ରାଜି

ରଂଗ ବୋଲିଲେ ଧରା,

ଫୁଲ ପରାଗ

ପାଇଁ ସରାଗ

ରାଗିଣୀ ମଧୁ ଝରା ।


ଆକାଶେ ଇନ୍ଦୁ 

ପାକଲା କେନ୍ଦୁ

ରାତିରେ ମାତି ଭାଲୁ,

କରଞ୍ଜ କିଆଁ

ମହକ ମୁହଁ।

ପବନ ବଡ ଚାଲୁ।


ଚଞ୍ଚଳ ମନ

ସଙ୍ଗାତ ଜନ

ମାରିବେ ପିଚକାରୀ,

ଖେଳିବା ହୋଲି

ଅଭିର ବୋଳି

ବିମାନେ ଗିରିଧାରୀ।


ପିଲା ମାନଙ୍କ ପାଇଁ ଟିକି କବିତା,

' ଆମ୍ବ ବଉଳ 'ବସନ୍ତର ବାରତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action