STORYMIRROR

Prahallad Sahoo

Classics Fantasy Children

4  

Prahallad Sahoo

Classics Fantasy Children

ଚାଲ ଆଇସକ୍ରିମ୍ ଖାଇବା

ଚାଲ ଆଇସକ୍ରିମ୍ ଖାଇବା

1 min
253


ଗ୍ରୀଷ୍ମର ପ୍ରଚଣ୍ଡ ନିଦାଘ ରୌଦ୍ରତାପରେ 

ଡମ୍ ଡମ୍ ଡମ୍ବରୁର ସ୍ବର 

ମନ ଗହନ ବନେ ଶୀତଳ ଶିହରଣ ଆଙ୍କେ 

ଆଇସକ୍ରିମ୍ ବାଲା ଅଙ୍କଲର ଡାକ ଶୁଭୁଥାଏ 

ଆସରେ ପିଲେ ଆସ 

ଆଇସକ୍ରିମ୍ ଖାଇବ ଆସ 

ଆହା କି ସ୍ବାଦିଷ୍ଟ ସୁନ୍ଦର 

ଆଇସକ୍ରିମ୍ ରେ ପଡିଛି ନଡିଆ କ୍ଷୀର 

ଭାରି ସୁଆଦିଆ ନାଲି ନୀଳ ରଙ୍ଗର 

ଖାଉଥିବ, ଗୁଣ ଗାଉଥିବ

ପଇସା ନାହିଁ ତ 

ବିରି, ଚାଉଳ ବଦଳେଇ ନେବ ।


କୁନା କୁନି ଯେତେ ପିଲାଦିନ ସାଥୀ

ମାଆ ପଣତ ଧରି ଅଝଟ କରନ୍ତି

ଶୋଇବା ଶେଯ ଛାଡି ଦାଣ୍ଡକୁ ଆସନ୍ତି

ଆଇସକ୍ରିମ୍ ଟିଏ ଖାଇ ଖୁସି ହୁଅନ୍ତି।


ବିଚରା ଆଇସକ୍ରିମ ବାଲା ଅଙ୍କଲ

ଖରାବେଳଟା ସାରା ହୁଏ କଲବଲ

ଦିପୈସା ଲାଗି ଛାତିକୁ କରିଛି ପଥର

ବିକେ ଆଇସକ୍ରିମ୍ ପିଏ ନଳକୂପ ଜଳ।


ପୁରୁଣା ସାଇକେଲ୍ ଖଣ୍ଡିକ ତା'ର ସାଥୀ

ହାତେ ଡମ୍ବରୁ ସାଇକେଲ୍ ପଛେ ପେଟି

ଛୁଆ ଠାରୁ ବୁଢା ସମସ୍ତେ ଭଲ ପାଆନ୍ତି

ନିଜ ଦୁଃଖ ଚାପି ଅନ୍ଯକୁ ଖୁସି ବାଣ୍ଟୁଛି।


ଖରା ବରଷାକୁ ନଥାଏ ତା'ର ଡର

ବିକୁଥାଏ ଆଇସକ୍ରିମ୍ ଦିନ ଯାକର

ପେଟ ପିଠି ପାଇଁ କରେ ରୋଜଗାର 

ଏକା ପ୍ରଭୁ କୃପା ସିନା ଭରଷା ତା'ର।


ମୋ ପିଲାଦିନ ସାଥୀଙ୍କ ମେଳରେ

ଜଣା ପଡେନା ସମୟ ବିତିଯାଏ 

ଗାଁ ଦାଣ୍ଡ ଉଛୁଳେ ଖେଳ କୁଦରେ 

ଡର ଭୟ କେବେ ମନେ ନଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics