STORYMIRROR

DEEPAK KUMAR PATRA

Tragedy Fantasy Others

4  

DEEPAK KUMAR PATRA

Tragedy Fantasy Others

ଜୀବନର ଦାଉ

ଜୀବନର ଦାଉ

1 min
231

ହାଏରେ ଜୀବନ,

ଚାରିଆଡେ ଖାଲି ଅମା ଅନ୍ଧକାର

ସବୁଆଡେ ଖାଲି କାଳିମାରେ ଭରା

ଏଇ ତମସାଚ୍ଛନ୍ନ ଅମାବାସ୍ୟା ରାତି।

ଏଠି ଆଲୋକର ସନ୍ଧାନରେ 

ଦୌଡା ଦୌଡ଼ି ଚାଲିଛି ଯେ ଚାଲିଛି

କେବେ ତା'ର ଅନ୍ତ ଘଟିବ କେଜାଣି

କାଳେ ମହାପ୍ରୟାଣ ବେଳେ..।

ଏଇ ବିଶାଳ କ୍ଷେତ୍ରରେ

ଏଇ ଅନ୍ଧକାରେ ଖୋଜି ଚାଲିଛି ମୁଁ

ଆଲୋକର କ୍ଷୀଣ ପ୍ରଦୀପଟିଏ

ହେଲେ ତା'ର ଅବା କେତେ ଆୟୁଷ ଯେ

ତେଲ ଥିବା ଯାଏଁ ତ

ବାଟ କଢେଇ କଢେଇ ଚାଲିଛି

ଆଉ ତା'ପରେ ପୁଣି ସେଇ ପୂର୍ବାବସ୍ଥା 

ଅନ୍ଧକାରର ଦାସତ୍ୱ ଗ୍ରହଣ ..।

ବାଟ ଉଣ୍ଡି ଉଣ୍ଡି ଚାଲିଛି 

ଖଦ୍ୟୋତର ଅନୁସରଣ କରି

ଟିକେ ଆଲୁଅ ଆଉ ଟିକେ ଅନ୍ଧାରକୁ ଆଶ୍ରାକରି

ପାଦକୁ ପାଦ ଚାପି

ଚାଲିଛି ଆଗେଇ ଚାଲିବା ବିନା

କିଛି ବିକଳ୍ପ ବା କ'ଣ ଅଛି ଯେ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy