STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ପ୍ରେମରେ ଖୋଜୁଛି ପ୍ରିୟାକୁ

ପ୍ରେମରେ ଖୋଜୁଛି ପ୍ରିୟାକୁ

1 min
392

ତୁମରି ସ୍ମୃତିକୁ ହୃଦୟେ ସାଇତି 

ଅପେକ୍ଷିତ ମୁଁ ସମୟର ସ୍ରୋତରେ 

ପ୍ରିୟତମା ସାଜି ଆସିବ ଦିନେ 

ବିରହ ବେଦନା ଭୁଲିଯିବି ସେହି କ୍ଷଣେ।

ଘୃମନ୍ତୀନି ସାଜି ଆସିବ ଯେବେ 

ନାଲି ଓଢଣା ଢାଙ୍କି ବଧୂ ବେଶରେ

ଢେମସା ବାଜା ସଙ୍ଗେ ଶାହାନାଇ ସ୍ବରରେ 

ଲୁଚକାଳି ଖେଳୁଥିବ ମୋ ସ୍ମୃତି ପାଲିଙ୍କିରେ ।।


ମେଘ ଉହାଡରେ, ପୂର୍ଣ୍ଣମୀ ଜହ୍ନରେ 

ଉଦାସି ମନରେ, ପ୍ରଣୟ ବ୍ୟଥାରେ 

ଅନୁଭବେ ତୁମ ଅଛୁଆଁ ପରଶ

କୁହ କେବେ ଧରାଦେବ ବାହୁ ବନ୍ଧନରେ?

ଆମ୍ବ ବଉଳରେ, ମହୁଲ ଫୁଲରେ 

କୋଇଲିର କୁହୁ ତାନେ 

ହଳଦୀବସନ୍ତର ରଙ୍ଗ ଛିଟାରେ

ମନକୁ ଲଗାମହୀନ କରିଦିଏ

ଛୁଇଁବାକୁ ତୁମପରି ଏକ ନିରିମାଖି ମନଟିଏ

ଖୁସି ତ ସାଉଁଣ୍ଟି ପାରିନାହିଁ 

ଅନ୍ତତଃ ଦୁଃଖ କୁ ଆପଣାର କରି 

ବଞ୍ଚିଯିବି ତୁମରି ହସର ଧାରେ ଧାରେ ।।


ଜୀବନର ସବୁ ଦୁଃଖ ଯିବି ଭୁଲି 

ପ୍ରତୀକ୍ଷାକୁ ଅନ୍ତ କରି 

ବାଣ୍ଟି ନେବା ସ୍ମୃତି ଅନୁଭୂତି ଯେତେ

ଜିଇଁବା ଜୀବନ ହୃଦୟ ଭରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance