ପ୍ରେମ ଫୁଲ
ପ୍ରେମ ଫୁଲ
ତୁମେ ମୋ ମନ ଆକାଶର ପ୍ରେମ ଫୁଲ
ତୁମେ ଆଶା ସ୍ରୋତସ୍ବିନୀ ଅମୂଲ ମୂଲ
ତୁମ ବାସ୍ନାରେ ବାସ୍ନାୟିତ ମୋ ହୃଦୟ
ତୁମେ ହସ ହସ ପ୍ରୀତିମୟୀ ପାହାଡି ତନୟ
ତୁମେ ପାହାଡି ଝରଣାରେ ଝରି ଆସ
କଅଁଳ ଖରାରେ ଚହଟୁଥାଏ ତୁମ ବାସ
ଦୂରେ ବହୁଦୂରେ ପ୍ରତୀକ୍ଷିତ ମୁଁ
ତୁମ ସେ ବାସ୍ନାରେ ବାସି ଯିବାକୁ ।।
ପୌଷ, ମାଘେ କୁହୁଡି ଭିଜା ସଞ୍ଜ
ସେ ସଞ୍ଜର ଦିକ୍ ଦିକ୍ ନିଆଁ ଉମ୍ହେଇଁ
ଉମ୍ହେଇର ଧୂଆଁରେ ଧୂମାଳ ଋତୁପର୍ଣ୍ଣା ଆକାଶ
ବଉଦ ସଙ୍ଗେ ମିଶିବାର ଅବକାଶ
ଭଷାବାଦଲରେ ପ୍ରତିଫଳିତ ତୁମ ମୁହଁର ହସ
ସେ ହସରୁ ଝରୁଥାଏ ମୁକୁତାର ଉଛ୍ଛାସ ।।
ଆଶା ଓ ବିଶ୍ବାସର ବଳୟରେ ଏ ମନ
ତୁମ ପ୍ରଗଳ୍ଭତାରେ ନିତି ଝୁରେ
ଫଗୁଣ ସଞ୍ଜରେ ନବ ଲଳନା ପାଦରେ
ରୁଣୁଝୁଣୁ ପାଉଁଜିର ନିକ୍ବଣ ଶବ୍ଦରେ
ଖୋଜୁଥାଏ ଏ ମନ ତୁମକୁ ସେହି ସହକାରେ
ଥରେ କହିଦିଅ ଆଜି ନହେଲେ କାଲି
ଆସିବ ମୋ ପାଶେ ବଧୂ ବେଶେ
ଏ ଆକାଂକ୍ଷିତ ମନକୁ ବୁଝେଇ ଦେବ
ତୁମ ସେ ଅବୁଝା ପଣରେ ।।

