STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ପ୍ରେମ ଫୁଲ

ପ୍ରେମ ଫୁଲ

1 min
310

ତୁମେ ମୋ ମନ ଆକାଶର ପ୍ରେମ ଫୁଲ

ତୁମେ ଆଶା ସ୍ରୋତସ୍ବିନୀ ଅମୂଲ ମୂଲ 

ତୁମ ବାସ୍ନାରେ ବାସ୍ନାୟିତ ମୋ ହୃଦୟ

ତୁମେ ହସ ହସ ପ୍ରୀତିମୟୀ ପାହାଡି ତନୟ 

ତୁମେ ପାହାଡି ଝରଣାରେ ଝରି ଆସ 

କଅଁଳ ଖରାରେ ଚହଟୁଥାଏ ତୁମ ବାସ

ଦୂରେ ବହୁଦୂରେ ପ୍ରତୀକ୍ଷିତ ମୁଁ 

ତୁମ ସେ ବାସ୍ନାରେ ବାସି ଯିବାକୁ ।।


ପୌଷ, ମାଘେ କୁହୁଡି ଭିଜା ସଞ୍ଜ 

ସେ ସଞ୍ଜର ଦିକ୍ ଦିକ୍ ନିଆଁ ଉମ୍ହେଇଁ 

ଉମ୍ହେଇର ଧୂଆଁରେ ଧୂମାଳ ଋତୁପର୍ଣ୍ଣା ଆକାଶ

ବଉଦ ସଙ୍ଗେ ମିଶିବାର ଅବକାଶ

ଭଷାବାଦଲରେ ପ୍ରତିଫଳିତ ତୁମ ମୁହଁର ହସ

ସେ ହସରୁ ଝରୁଥାଏ ମୁକୁତାର ଉଛ୍ଛାସ ।।


ଆଶା ଓ ବିଶ୍ବାସର ବଳୟରେ ଏ ମନ 

ତୁମ ପ୍ରଗଳ୍ଭତାରେ ନିତି ଝୁରେ 

ଫଗୁଣ ସଞ୍ଜରେ ନବ ଲଳନା ପାଦରେ 

ରୁଣୁଝୁଣୁ ପାଉଁଜିର ନିକ୍ବଣ ଶବ୍ଦରେ

ଖୋଜୁଥାଏ ଏ ମନ ତୁମକୁ ସେହି ସହକାରେ

ଥରେ କହିଦିଅ ଆଜି ନହେଲେ କାଲି

ଆସିବ ମୋ ପାଶେ ବଧୂ ବେଶେ 

ଏ ଆକାଂକ୍ଷିତ ମନକୁ ବୁଝେଇ ଦେବ

ତୁମ ସେ ଅବୁଝା ପଣରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance