ଭଅଁର ର ପ୍ରେମ
ଭଅଁର ର ପ୍ରେମ
ଭଅଁର ସାଜିମୁଁ ଗାଉଥିଲି ଗୀତ
ମଧୁପ ଟାଣିନେଲା ସେ ମହୂ
ଭାବୁଥିଲି ମୁହିଁ ପ୍ରେମର ସଂଗୀତେ
ପ୍ରେମିକାକୁ ଖୁସି ମିଳୁଥାଉ l
ମଧୁପ ଆସିଲା ପାଖରେ ବସିଲା
ଫୁସୁ ଫୁସୁ କିଛି କହୁଥିଲା
ମଧୁ ନେଇ ତା ଠୁ ନିଜର କରିକି
ଫୁଲ କୁ ପ୍ରେମିକା ସେ ସାଜିଲା l
ଭାଗ୍ୟ କୁ ନିନ୍ଦିଯେ ଭଅଁର ପ୍ରେମିକ
ଏକାକୀଆ ପ୍ରେମରେ ଭିଜିଲା
ଯେଉଁ ଫୁଲ ପାଖେ ଯାଉଥିଲା ସିଏ
ସେଇଠି ମଧୁପକୁ ପାଇଲା l
ଜାଣିନେଲା ସେଠୁ ପ୍ରେମର ଭାଷାରେ
ମିଠା ଗୀତ ନୁହେଁ ଦରକାର
ପାଶେ ବସି ଯଦି ଦୁଃଖ ସୁଖ ହୁଅ
ତାଙ୍କୁ କରନ୍ତି ସଭେ ନିଜର l
ପ୍ରେମ ମନେ ନୁହଁ ଖାଲି ହସୁଥିବା
ଦୁଃଖ ବୁଝିବା ବି ତାର ଧର୍ମ l
ନିଜର ଭାବି ଯେ କରିଚାଲେ ସଦା
ଭୁଲି ନିଜ ଆବଶ୍ୟକ କର୍ମ l
ହାରିଲାନି ସିଏ ଗାଇ ସେ ଚାଲିଲା
ନ ଭାବି ନିଜକୁ ସେ ଦୁଃଖୀ
ହସି ହସାଉଛି ତାହାରି ଗୀତରେ
କରିଣ ସଭିଙ୍କୁ ସେ ସୁଖୀ l

