ବାକି ଯେତେ ପ୍ରେମ କଥା
ବାକି ଯେତେ ପ୍ରେମ କଥା
ବିଦେହୀ ମାନସୀ ପ୍ରିୟା
ଗହନ ମୋ ମନକଥା ତୁମକୁ ବା
ଅଛି କି ଅଜଣା
କୋମଳ ପରଶେ ତୁମ
ବିଭୋର ମୋ ତନୁ ମନ
ଅଭିସାରେ ପ୍ରିୟତମା ଏକାଗ୍ର ମୁଁ
ଚିତ୍ତ ମୋ ନିବିଷ୍ଟ ,
ଅସୁମାରୀ ମୋ ଆଶା ସପନ
ବାକି ଯେତେ ପ୍ରେମ କଥା
ତୁମ ପାଇଁ ଚରିତାର୍ଥ ପୂର୍ଣ୍ଣ ।
ତୁମ ଲାଗି ସବୁ ଋତୁ ଲାଗଇ ବସନ୍ତ
ବହଇ ମୃଦୁ ମଳୟ ,ଗୁଞ୍ଜେ ବଂଶୀ
ପିକ କଣ୍ଠେ ଶୁଭେ ମିଠା ସ୍ବନ
ଛଳଛଳ ଅନ୍ତଃସ୍ରୋତ
ବ୍ଯକ୍ତ ମୋର ହୃଦୟ ଅବ୍ୟକ୍ତ
ଜ୍ଯୋତିଦୀପ୍ତ ନିକୁଞ୍ଜ ମୋ ହୃଦକୁଞ୍ଜ
ଘୃତସିକ୍ତ ମୋ ପ୍ରାଣ ପ୍ରଦୀପ
ପ୍ରସ୍ଫୁଟଇ ପାରିଜାତ
ସୁମନରେ ମହକଇ ବାସ ।
ପୌର୍ଣ୍ଣମାସୀ ତୁମେ ଏକ
ବତୀଘର ଉଚ୍ଚ,
ସମୁଜ୍ଜ୍ୱଳ ବର୍ଣ୍ଣବିଭା ରଶ୍ମି ସନ୍ଦର୍ଶନେ
ଲକ୍ଷ୍ଯ ମୋର ଅବଶ୍ଯ ଅବ୍ଯର୍ଥ
ତନ୍ମୟ ମୁଁ ରୂପ ରସ ଛନ୍ଦ ଲୟେ
ଅହରହ ଭାବେ ତୁମ କଥା,
ନୈସର୍ଗିକ ଶୋଭା ତୁମ
ମଧୁମତୀ ତୁମେ ଗୋ କବିତା ।

