STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ବାକି ଯେତେ ପ୍ରେମ କଥା

ବାକି ଯେତେ ପ୍ରେମ କଥା

1 min
390


ବିଦେହୀ ମାନସୀ ପ୍ରିୟା

ଗହନ ମୋ ମନକଥା ତୁମକୁ ବା

ଅଛି କି ଅଜଣା

କୋମଳ ପରଶେ ତୁମ

ବିଭୋର ମୋ ତନୁ ମନ

ଅଭିସାରେ ପ୍ରିୟତମା ଏକାଗ୍ର ମୁଁ

ଚିତ୍ତ ମୋ ନିବିଷ୍ଟ ,

ଅସୁମାରୀ ମୋ ଆଶା ସପନ

ବାକି ଯେତେ ପ୍ରେମ କଥା

ତୁମ ପାଇଁ ଚରିତାର୍ଥ ପୂର୍ଣ୍ଣ ।

ତୁମ ଲାଗି ସବୁ ଋତୁ ଲାଗଇ ବସନ୍ତ 

ବହଇ ମୃଦୁ ମଳୟ ,ଗୁଞ୍ଜେ ବଂଶୀ

ପିକ କଣ୍ଠେ ଶୁଭେ ମିଠା ସ୍ବନ

ଛଳଛଳ ଅନ୍ତଃସ୍ରୋତ

ବ୍ଯକ୍ତ ମୋର ହୃଦୟ ଅବ୍ୟକ୍ତ 

ଜ୍ଯୋତିଦୀପ୍ତ ନିକୁଞ୍ଜ ମୋ ହୃଦକୁଞ୍ଜ

ଘୃତସିକ୍ତ ମୋ ପ୍ରାଣ ପ୍ରଦୀପ

ପ୍ରସ୍ଫୁଟଇ ପାରିଜାତ 

ସୁମନରେ ମହକଇ ବାସ ।

ପୌର୍ଣ୍ଣମାସୀ ତୁମେ ଏକ

ବତୀଘର ଉଚ୍ଚ, 

ସମୁଜ୍ଜ୍ୱଳ ବର୍ଣ୍ଣବିଭା ରଶ୍ମି ସନ୍ଦର୍ଶନେ

ଲକ୍ଷ୍ଯ ମୋର ଅବଶ୍ଯ ଅବ୍ଯର୍ଥ

ତନ୍ମୟ ମୁଁ ରୂପ ରସ ଛନ୍ଦ ଲୟେ

ଅହରହ ଭାବେ ତୁମ କଥା,

ନୈସର୍ଗିକ ଶୋଭା ତୁମ

ମଧୁମତୀ ତୁମେ ଗୋ କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance