ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ
ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ
ଅଠରଶ ପଇନ୍ତିରିଶି ମସିହା
ଡିସେମ୍ବର ମାସ ତେର
ପିତା ଶ୍ୟାମ ବନ୍ଧୁ, ମାତା ବିଷ୍ଣୁ ମାଳି
ଗ୍ରାମ ଯେ ଖଣ୍ଡପଡ଼ା ର ।
ଜନ୍ମ ହୋଇଥିଲ ହେ ଜ୍ୟୋତିର୍ବିଜ୍ଞାନୀ
ଜ୍ଞାନର ଭଣ୍ଡାର ନେଇ
ଜ୍ୟୋତିଷ ଭାଷ୍କର ହେ ଚୀର ନମସ୍ୟ
ପଠାଣି ସାମନ୍ତ ହୋଇ ।
ତୀକ୍ଷ୍ଣ ବାକ୍ ଶକ୍ତି, ବିଚକ୍ଷଣ ବୁଦ୍ଧି
ମନେ ରଖିବାର ଶକ୍ତି
ଥିଲା ଟି ତୁମର ହେ ମହା ମାନବ
ପ୍ରଚଣ୍ଡ ପ୍ରତିଭା ବ୍ୟକ୍ତି ।
କାଠି ଦୁଇ ଖଣ୍ଡ ହାତେ ଧରି ତୁମେ
ଗ୍ରହ ନକ୍ଷତ୍ର ଗଣିଲ
ଖଣ୍ଡପଡ଼ା ଠାରୁ ଶ୍ରୀ କ୍ଷେତ୍ରକୁ ତୁମେ
ପାହୁଣ୍ଡରେ ମାପିଥିଲ ।
ଅଖ୍ୟାତ ପଲ୍ଲିକୁ ବିଖ୍ୟାତ କରିଲ
ଇତିହାସେ ସ୍ଥାନ ଦେଇ
ଜ୍ଞାନ ପ୍ରଦୀପରେ ଅନ୍ଧାରି ମୁଲକ
ଆଲୋକିତ ଗଲା ହୋଇ ।
ଜ୍ୟୋତିଷ ଶାସ୍ତ୍ର ଯେ ସିଦ୍ଧାନ୍ତ ଦର୍ପଣ
ସଂସ୍କୃତେ ରଚନା କଲ
ତେଇଶି ବରଷ ଧର୍ଯ୍ୟ ଧରି ତୁମେ
ତାହାକୁ ପ୍ରକାଶ କଲ ।
ସଙ୍କୁ ଦଣ୍ଡ,ଖଗୋଳ, ଉଲମ୍ଭିଚନ୍ଦ୍ର,
ମାନ ଯନ୍ତ୍ର, ଉଦ୍ଭାବନ
ସୂର୍ଯ୍ୟ ଘଡି କରି ସମୟ ମାପିଲ
ଗ୍ରହ, ନକ୍ଷତ୍ର, ଚଳନ ।
ପୃଥିବୀର ପରିକ୍ରମଣ ଗତିକୁ
ତିନିଶ ପଂସଠି ଦିନ
ଅଠରଶ ଛଅଷଠି ମସିହାରେ
ଉପାଧି ହରିଚନ୍ଦନ ।
ଅଠରଶ ତେୟାନବେରେ ମହା
ମହୋପାଧ୍ୟାୟ ଉପାଧି
ପାଇଥିଲ ଭାରତର ଅନ୍ତରୀକ୍ଷର
ଚକ୍ଷୁ ମହାନ୍ ବିଭୂତି ।
ଚରକ ,ସୁଶୃତ୍, ସଂହିତାକୁ ପଢ଼ି
ଆୟୁର୍ବେଦିକ ସାଜିଲ
କୁମାର ସମ୍ଭବ, ମେଘଦୂତ, ଗୀତ
ଗୋବିନ୍ଦ, ମନେ ରଖିଲ ।
ଅପୂର୍ବ ଧି ଶକ୍ତି, ପାହାଡ଼, ପର୍ବତ,
ବଡ ବୃକ୍ଷ ମାପ କରି
ଆମେରିକାରେ କେବେ ସୂର୍ଯ୍ୟ ପରାଗ
କହିଲ ଗଣନା କରି ।
ସାମନ୍ତ ପଞ୍ଜିକା ତିଆରି କରିଲ
ନିଜ ଦେହ ତ୍ୟାଗ ଦିନ
ଜାଣି ପାରିଥିଲ ହେ ମହାମାନବ
ଧ୍ରୁବ ସତ୍ୟ ହେଲା ଜାଣ ।
ଉଣେଇଶ ଚାରି ମସିହା ପୁରୀରେ
ମହାପ୍ରସାଦକୁ ଖାଇ
ସ୍ୱର୍ଗପୁରେ ଗଲ ହେ ଚୀର ଅମର
ଇତିହାସ ଗଲ ହୋଇ ।
ତୁମରି ସ୍ମୃତିରେ ଭୁବନେଶ୍ୱରରେ
ପ୍ଲାନେଟୋରିଅମ୍ ଅଛି
ପିଲାମାନେ ଶିକ୍ଷା ପାଉଛନ୍ତି ସେଠି
ଦେଖିଯାଅ ତୁମେ ଆସି ।
ପୃଥିବୀରେ ଯେତେ ଦିନ, ଚନ୍ଦ୍ର,ସୂର୍ଯ୍ୟ
ରହିଥିବେ ହେ ବିଦ୍ୱାନ
ତୁମ ଯଶ, କୀର୍ତ୍ତି, ସେଦିନ ପର୍ଯ୍ୟନ୍ତ
ରହିବ ଯାଜ୍ଵଲ୍ୟମାନ ।
