STORYMIRROR

Manorama Mohanty

Fantasy

4  

Manorama Mohanty

Fantasy

ଫଗୁଣ ଆସିବା ଡେରି ହେଲାଣି

ଫଗୁଣ ଆସିବା ଡେରି ହେଲାଣି

1 min
413


ଆଗପରି ଆଉ ଫଗୁଣ ମାସରେ 

    ଗଛରୁ ପତର ଖସୁନି 

କଅଁଳ ପତର ବହଳ ଭିତରୁ 

    କୋଇଲିର କୁହୁ ଶୁଭୁନି ।


ବଉଳଫୁଲର ମହକରେ ଆଉ 

     ମନଟା ବାଉଳା ହେଉନି 

ଏ ଯାଏ ଧରା ରେ ଶୀତୁଆପବନ 

     ଲୋମ ତାଙ୍କୁରାଇଦେଲାଣି ।


କୁହାକଥା ସିନା ବସନ୍ତଆସିଲେ 

     ଚାରିଆଡ ଶୋଭା ଦିଶିବ 

ମଧୁମକ୍ଷିକାର ମଧୁର ଛୁଆଁରେ 

ଫୁଲରାଣୀ ହସି ଉଠିବ ।


ପରବପାଇଁ କି ଗରବ ଆମର 

     ହୋରି ଖେଳ ଦୋଳଗୀତ 

କାକର କୁହୁଡି ପୁଣି ଆସେ ମାଡି 

     ଜମା ସରୁନାହିଁ ଶୀତ ।


ଵିଧି ବିଧାନ ରେ ଅଘିରା ପୁନେଇଁ 

     ଜାଗର ଯାତରା ହୋଲି 

ସରିଯିବ ସିନା ଫଗୁଣ ଆସିବା 

     ମରତେ ହୋଇବ ଡେରି ।


Rate this content
Log in

Similar oriya poem from Fantasy