Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Das

Romance Fantasy

3  

Subhalaxmi Das

Romance Fantasy

ପ୍ରେମ ଓ ପ୍ରେରଣା

ପ୍ରେମ ଓ ପ୍ରେରଣା

1 min
321


ଖୁବ୍ କମ୍ ସମୟ ଭେଟରେ ବି 

ସାଇତି ନେଲି ହୃଦୟରେ

ତୁମ ହସ ହସ ଚେହେରାଟିକୁ

ଆଙ୍କି ଦେଲି ମୋ ମନ ଆଇନାରେ

ସ୍ମୃତି ତୁମେ ଲୁଚକାଳି ଖେଳିବ କେମିତି ?


ନିଆରା ଅନୁଭବକୁ ମୋର,

ମାନସପଟ୍ଟରୁ ଶବ୍ଦର ଭାବାଙ୍କନରେ,

ସମର୍ପି ଦେଲି ତୁମ ନାମରେ

ତୁମେ ଚିର ସବୁଜ, ମୋର ସ୍ମୃତିପଟ୍ଟରେ ।


ଆନମନା ମନ ମୋର ହଜିଯାଏ ବେଳେ ବେଳେ,

ଜୀବନର ଲକ୍ଷ୍ୟ ଖୋଜୁ ଖୋଜୁ ବାଟବଣା ହୋଇ,

ଗୋଡ଼ ଖସି ଯାଏ ନକାରାତ୍ମକତାର ଶିଉଳିରେ

କିନ୍ତୁ ସଳଖି ଛିଡ଼ା ହୋଇଯାଏ ପୁଣି,

ତୁମର ସ୍ନେହଭରା କେତେ ଗୋଟି ବାକ୍ୟ ବିନିମୟରେ ।


ନକାରାତ୍ମକ ଚିନ୍ତା ଭୁଲି ହୋଇଯାଏ,

ରାତ୍ରିର ଦୁଃସ୍ୱପ୍ନ ହୋଇ

ସକାରାତ୍ମକ ସୂର୍ଯ୍ୟ ଉଇଁ ଆସେ,

ଆଗକୁ ମାଡ଼ି ଯିବାର ଆସ୍ପୃହା ନେଇ।



Rate this content
Log in

Similar oriya poem from Romance