ସ୍ମୃତି ଅପାଶୋରା
ସ୍ମୃତି ଅପାଶୋରା
ହୃଦୟଟି ମରୁଭୂମି
ଦେଇ ଯାଅ ଥରେ ଚୁମ୍ମି
ତୁମରି ଚୁମ୍ବନେ ନିର୍ଝରିଣୀ ପରି
ଯିବି ମୁହିଁ ଝୁମି ଝୁମି।
ବାସ୍ତବିକତାକୁ ଭୂଲି,
ସପ୍ନଦେଶେ ଯିବା ବୁଲି,
ରଙ୍ଗୀନ ସ୍ବପ୍ନର କୁସୁମ ସଡକେ
ସାଥି ହୋଇ ଯିବା ଚାଲି।
ମନ ଆଉ ଦେହ ଦ୍ୱୟ,
ହୁଅନ୍ତି ଅତି ଅଥୟ,
ରଜନୀ ବସିଛି ସଜନୀ ହୋଇକି
ତୁମେ କାହିଁ କର ଭୟ।
କଳଙ୍କିତ ନୁହେଁ ପ୍ରେମ
ସର୍ବୋଚ୍ଚରେ ତା'ର ନାମ
ଜଡରୁ ଜୀବନ ପ୍ରେମ ଡୋରେ ବନ୍ଧା
ଚାରି ପୁର ଚାରି ଧାମ ।

