STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance Fantasy

4  

ପ୍ରିୟଦର୍ଶିନୀ ମହାନ୍ତି

Romance Fantasy

ସ୍ମୃତି ଅପାଶୋରା

ସ୍ମୃତି ଅପାଶୋରା

1 min
228


ହୃଦୟଟି ମରୁଭୂମି

ଦେଇ ଯାଅ ଥରେ ଚୁମ୍ମି

ତୁମରି ଚୁମ୍ବନେ ନିର୍ଝରିଣୀ ପରି

ଯିବି ମୁହିଁ ଝୁମି ଝୁମି।


ବାସ୍ତବିକତାକୁ ଭୂଲି,

ସପ୍ନଦେଶେ ଯିବା ବୁଲି,

ରଙ୍ଗୀନ ସ୍ବପ୍ନର କୁସୁମ ସଡକେ

ସାଥି ହୋଇ ଯିବା ଚାଲି।


ମନ ଆଉ ଦେହ ଦ୍ୱୟ,

ହୁଅନ୍ତି ଅତି ଅଥୟ,

ରଜନୀ ବସିଛି ସଜନୀ ହୋଇକି

ତୁମେ କାହିଁ କର ଭୟ।


କଳଙ୍କିତ ନୁହେଁ ପ୍ରେମ

ସର୍ବୋଚ୍ଚରେ ତା'ର ନାମ

ଜଡରୁ ଜୀବନ ପ୍ରେମ ଡୋରେ ବନ୍ଧା

ଚାରି ପୁର ଚାରି ଧାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance