STORYMIRROR

Ghanashyam Biswal

Fantasy

4  

Ghanashyam Biswal

Fantasy

ମରୀଚିକା

ମରୀଚିକା

1 min
492

ବିନା ମେଘେ

ଆଉ ବିନା ଶ୍ରାବଣରେ ଵି

ଦେଖାଏ ସତସତିକା ଭସା ବାଦଲର ଛବି

ମନ ଭିତରେ ଅଚିରେ ସୃଷ୍ଟିକରେ

ବରଷାରାଣୀର ଶୁଭ ଆଗମନ

ସତେକି ଆଜି ଏକ ଶୁଭ ଲଗନ

ହସିବ ଧରା

ଆଉ ଭିଜେଇବ ଶୁଖା ମନ

ଦେଖାଇବ କେତେ ନୂଆ ସୁନେଲି ସପନ

ପୁଣି,

ନିମିଷକେ ବଦଳାଏ ଚେହେରା

ବହୁରୂପୀ ସିଏ

ଆରେ ଇଏତ ବୈଶାଖୀ ଖରା ର ତାତି

ଅଂଶୁଘାତରେ ଘୁରିଯାଏ ମଥା ଆଉ

ଝାଳନାଳ ହୁଏ ଥରଥର ଛାତି

ଜଳିଯାଏ ପ୍ରାଣ

ହାରିଯାଏ ହୃଦୟ

ଥମିଯାଏ ଜୀବନ

ଭସ୍ମ ହୁଏ ସୁନା ସପନ

ପାଉଁଶ ହୁଏ ନିରିମାଖିର ଆଗମନ

ହସେ ମରୀଚିକା

ଆଉ

ଉଡ଼ାଏ ବିଜୟର ପତାକା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy