STORYMIRROR

Gunanidhi Samal

Romance Fantasy

4  

Gunanidhi Samal

Romance Fantasy

ମୋ ପ୍ରିୟା

ମୋ ପ୍ରିୟା

1 min
447

ନଈ ଆର ପାଖେ ଦୂର ତାଳ'ବଣ

ଆକାଶ ଶୁଣାଏ କଥା

ତାହାରି କୋଳରେ ମୋ'ପ୍ରିୟାର ଗାଆଁ

ଯତନେ ଟେକିଛି ମଥା,

ବହୁଛି ଶାଳିଆ ନଈ,

ଭଲ ମନ୍ଦ ଯେତେ ବାରତା ଆଣୁଛି

ଭସା ବାଦଲର ଛାଇ ।

ଜଟିଆ ନାଶି ରେ ସିନ୍ଦୁରା ଫାଟିଲେ

ପାହାନ୍ତିଆ ତାରା ଦିଶେ

ଗାଧୁଆ ତୁଠରେ ନୂଆ ଭୁଆସୁଣି

ପାଦର ପାହୁଡ଼ ଘଷେ,

ମୋ" ପ୍ରିୟା ମାଜୁଛି ଦେହ,

ନଈର ଛାତିରେ ଆକାଶ ଦିଶୁଛି

ଆକାଶ ଛାତିରେ ମୁହଁ ।

ଧୀରେ ଛୁଇଁଯାଏ ଶୀତୁଆ ପବନ

କଅଁଳ କିରଣ ବିଂଛି

ହଲିଲା ପାଣିରେ ନିରେଖି ଦେଖୁଛି

ଗାଲରେ ହଳଦୀ ମାଖି,

ବୁଝି ଅବୁଝା ଏ' ମନ

ଷୋହଳ ପୁରି କି'ସତର ଚାଲିଲା

ଦେହେ ଭରା ଯଉବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance