ମୋ ପ୍ରିୟା
ମୋ ପ୍ରିୟା
ନଈ ଆର ପାଖେ ଦୂର ତାଳ'ବଣ
ଆକାଶ ଶୁଣାଏ କଥା
ତାହାରି କୋଳରେ ମୋ'ପ୍ରିୟାର ଗାଆଁ
ଯତନେ ଟେକିଛି ମଥା,
ବହୁଛି ଶାଳିଆ ନଈ,
ଭଲ ମନ୍ଦ ଯେତେ ବାରତା ଆଣୁଛି
ଭସା ବାଦଲର ଛାଇ ।
ଜଟିଆ ନାଶି ରେ ସିନ୍ଦୁରା ଫାଟିଲେ
ପାହାନ୍ତିଆ ତାରା ଦିଶେ
ଗାଧୁଆ ତୁଠରେ ନୂଆ ଭୁଆସୁଣି
ପାଦର ପାହୁଡ଼ ଘଷେ,
ମୋ" ପ୍ରିୟା ମାଜୁଛି ଦେହ,
ନଈର ଛାତିରେ ଆକାଶ ଦିଶୁଛି
ଆକାଶ ଛାତିରେ ମୁହଁ ।
ଧୀରେ ଛୁଇଁଯାଏ ଶୀତୁଆ ପବନ
କଅଁଳ କିରଣ ବିଂଛି
ହଲିଲା ପାଣିରେ ନିରେଖି ଦେଖୁଛି
ଗାଲରେ ହଳଦୀ ମାଖି,
ବୁଝି ଅବୁଝା ଏ' ମନ
ଷୋହଳ ପୁରି କି'ସତର ଚାଲିଲା
ଦେହେ ଭରା ଯଉବନ।