STORYMIRROR

Hemanta Patra

Fantasy

4  

Hemanta Patra

Fantasy

କଣ ଲେଖିବି

କଣ ଲେଖିବି

1 min
434

ବେଳେ ଇଛା ହୁଏ କିଛି ଲେଖିବାକୁ

ହେଲେ କଣ ଲେଖିବି ?

ଜିତିବା ଲେଖିବି ନା ହାରିବା ଲେଖିବି

ଅନ୍ୟ ପ୍ରତି ହୃଦୟଭରା ପ୍ରେମ,ଭଲପାଇବା

ନା ପ୍ରତାରଣା ଲେଖିବି

କଣ ଲେଖିବି ?

ନିଜ ଲୋକଙ୍କ ପ୍ରତି ମୋ ଭାବନା ଲେଖିବି

ନା ସ୍ୱପ୍ନର ଦୁନିଆକୁ

କେମିତି କରିବି ସ୍ୱାଗତ ଲେଖିବି

କଣ ଲେଖିବି ?

ଜୀବନ ଆକାଶରେ

ଇନ୍ଦ୍ରଧନୁର ସପ୍ତରଙ୍ଗ ଲେଖିବି

ନା କଳା ବାଦଲରେ ଭରା

ମେଘାର୍ଛନ୍ନ ଆକାଶ ଲେଖିବି

କଣ ଲେଖିବି ?

ଅରୁଣର ଉଦୟ ବେଳା ଲେଖିବି

ନା ଅସ୍ତଗାମି ରବିର ଅପରାହ୍ନ ଲେଖିବି

ବିତିଯାଇଥିବା ସମୟ ଲେଖିବି

ନା ତୁମଠୁ କେତେ ଦୂରେ, କେତେ ନିକଟରେ

କିଛି ସ୍ମୃତି ନା ଅନୁଭୂତି ଲେଖିବି

କଣ ଲେଖିବି ?

ଶୈଶବର ମାଆ କୋଳ ସାଙ୍ଗସାଥି ମେଳ

ନା ଜୀବନର ଅପରାହ୍ନ ଲେଖିବି

ହାରିବା ଲେଖିବି ନା ଜିତିବା ଲେଖିବି

କଣ ଲେଖିବି ?



Rate this content
Log in

Similar oriya poem from Fantasy