STORYMIRROR

Hemanta Patra

Romance

2  

Hemanta Patra

Romance

ତୋ ବିନା

ତୋ ବିନା

1 min
3.2K

ଜୀବନଟା ଲାଗେ

ନିଦାଘ ବୈଶାଖୀ ର ତାତି

ମଧ୍ୟାହ୍ନର ଶୁନଶାନ ଖରାବେଳେ

ମରୁଭୂମିର ମରୁ ମରିଚିକା

ସବୁ ପରିପୁର୍ଣତା ଭିତରେ

ହଜି ଯାଇଛି ଅନେକ କିଛି

ତୋ ବିନା ଲାଗେନି ଭଲ କିଛି

ବହିଲେ ଫଗୁଣର ମଳୟ ବାଆ

ଅନୁଭବ କରେ ଉତପ୍ତ ଝାଞ୍ଜିର ସ୍ପର୍ଶ

ଚାରିଆଡେ ଦିଶେ

ତୋ ସୁନ୍ଦର ମୁହଁର ହସ

ଯାଣି ମୁଁ ପାରୁନି କିଏ ଭୁଲ କରିଛି

କିଏ କାହାକୁ ଠକି ଦେଇଛି

ତୋ ବିନା ଲାଗେନି ଭଲ କିଛି

ତୋ ଅନୁପସ୍ଥିତ

ମୋ ଦୁନିଆଟା ବିଷମୟ

ମନ ମୋର ଭାରାକ୍ରାନ୍ତ

ହୃଦୟଟା ଅବ୍ୟକ୍ତ ବେଦନାରେ ଭରି ଯାଇଛି

ତୋ ବିନା ଲାଗେନି ଭଲ କିଛି

ମନ ହୁଏ

ସବୁ ବାଧାବିଘ୍ନକୁ ଏଡାଇ ଦେଇ

ତୋ ପାଶେ ପହଞ୍ଚି ଯାନ୍ତି

ସରସିର ଢଳ ଢଳ

କଅଁଳ ପଦ୍ମ କଢି ପରି ମୁହଁକୁ ତୋର

ହାତ ପାପୁଲିରେ ଧରନ୍ତି ଚାପି

ଆଖି ପଲକରେ ବସା ବାନ୍ଧିଥିବା

ଲୁହର ବନ୍ୟା କୁ ଦିଅନ୍ତି ବୁହାଇ

ତୋ ବିନା ଲାଗେନି ଭଲ କିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance