STORYMIRROR

Hemanta Patra

Abstract

2  

Hemanta Patra

Abstract

ମୁଁ ରହିଛି ଚାହିଁ

ମୁଁ ରହିଛି ଚାହିଁ

1 min
150

ଛିଡା ହୋଇଛି ମୁଁ

ଅଧା ଖୋଲା ଝରକା ପାଶେ

ଦେଖୁଛି ଦୂର ଆକାଶେ

ଯେଉଁଠି ଖେଳୁଛି ସୁରୁଜର ଛିଟାଏ ସୁନେଲି କିରଣ

ସକାଳର କାକର ବିନ୍ଦୁରେ ସଜେଇ ହୋଇ

ହସୁଛି ବଗିଚାର ଗେଣ୍ଡୁ ଗୋଲାପ

ହାତ ଠାରି ଡାକୁଛି ମୋତେ

ବ୍ୟସ୍ତତାର ସମ୍ଭାର ନେଇ

ଦୈନଦିନର ବ୍ୟସ୍ତ ଜଞ୍ଜାଳ

ପବନରେ ଖେଳୁଛି ଦୋଳି

ଫଗୁଣର ରଙ୍ଗେ ଆମ୍ବ ବଉଳ

କୋଇଲିର କୁହୁତାନ

ଦେଉଛି ମୋତେ ପ୍ରେମର ପରଷ

ସଞ୍ଜ ଗଲାଣି ନଇଁ

ରୁପସୀ ରାତି ସାଜିବ ଅଭିଶାରିକା

ଘୁମର କେଶରେ ସଜାଇବ ତାରକାର ମଲ୍ଲୀ ମାଳ

ଜହ୍ନ ଝରାଇବ ଜୋଛନା

ଝିଙ୍କାରି ଗାଇବ ଗୀତ

ହେଲେ ତୁମେତ ଆସିଲ ନାହିଁ

ଶୁଭିବନି ତୁମ ନୁପୁର ଶବ୍ଦ

ଏ ନିଶଙ୍ଗ ଜୀବନେ କିଏ ଭରିବ ରଙ୍ଗ.

ମୋ ମନର ଫୁଲ ବନକୁ କିଏ କରିବ ବାସ୍ନାୟିତ

ତଥାପି ମୁଁ ରହିଛି ଚାହିଁ ଏ ଶୀତ ରାତିରେ

ଦେଖିବାକୁ

ଶୀତ କାକର ଭିଜା ଓଢଣୀରେ

ନବ ବଧୁର ରୂପ ମାଧୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract