STORYMIRROR

Hemanta Patra

Abstract

2  

Hemanta Patra

Abstract

ବାରଙ୍ଗନା

ବାରଙ୍ଗନା

1 min
160

ପରିବାରର ସମ୍ମାନ ତୁ

ବାପ ମା ଭାଈ ଭଉଣୀର ଅଭିମାନ ତୁ

ପ୍ରେମ ମନ୍ଦିରରେ ଶୁଭ ସଞ୍ଜବେଳେ

ନ ଜାଳି ଅର୍ଘ୍ୟ ବତୀ

ସିନ୍ଥିରେ ନ ପିନ୍ଧି ସୁହାଗ ସିନ୍ଦୂର ଆଉ ପ୍ରିତିର ସ୍ୱାକ୍ଷର

କାହିଁକି ସାଜିଲୁ ବାର ସେଜର ବାରଙ୍ଗନା

ସଂସାରର ସବୁଠୁ ସୁନ୍ଦର ରୂପ ହିଁ ତୁ

ନ ସାଜି ଦୂର୍ଗା କାଳୀ ପାଞ୍ଚାଳି

ରୂପ ବଜାରରେ ସୁନ୍ଦର ଫୁଲ ହୋଇ

ହେଲୁ ମାଳିର ଅଧିକାର

ଜନ ମାନସରେ ହେଲୁ ପରିଚିତ

ବାର ସେଜର ବାରଙ୍ଗନା

କେତେ ମଧୁମକ୍ଷୀ ଶୋଷୁଥାନ୍ତି ନିତି

ନକରୁ ତିଳେହେଲେ ପ୍ରତିବାଦ

ଆନନ୍ଦରେ ହେଉ କିମ୍ବା ବାଧ୍ୟରେ

କରୁ ଦେହ ଦାନ

କଳଙ୍କିତ ଜୀବନକୁ ନେଇ ହେଲୁ ପରିଚିତ

ବାର ପଲ୍ଲୀର ବାର ସେଜର ତୁ ବାରଙ୍ଗନା

ତୁ କଣ ହୋଇ ପାରିଥାନ୍ତୁ ଅଗ୍ନି ଶିଖା

ଅମୃତ ନହୋଇ କାହିଁକି ହେଲୁ ବିଷ

ପ୍ରେମ ବନ୍ଧନରେ ଅତୁଟ ଡୋର ନହୋଇ

ବିଷ ଜ୍ୱାଳାରେ ନିଜେ ଜଳି ଅନ୍ୟକୁ ଜଳାଇ

ଜନ ମାନସରେ ହେଲୁ ପରିଚିତ

ବାର ପଲ୍ଲୀର ବାର ସେଜର ବାରଙ୍ଗନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract