STORYMIRROR

Hemanta Patra

Romance

2  

Hemanta Patra

Romance

ଭିନ୍ନ ସମ୍ପର୍କ

ଭିନ୍ନ ସମ୍ପର୍କ

1 min
119

ରାତ୍ରିର ଶେଷ ପ୍ରହର

କିଛି ସମୟ ପରେ ବିଛାଡି ହୋଇ ପଡିବ

ସୁରୁଜର ରୂପା ମୁରୁଜ

ସାରା ଜଗତ ହେବ ଆଲୋକିତ

ସେହି ଆଲୋକ ମୋ ଅନ୍ଧକାରକୁ

କଣ ଦେବ ଦୂରେଇ

କେବେ କରି ନଥିଲି ଚିନ୍ତା

ସମ୍ପର୍କର ସୁତା ଖିଅଟା

ଏତେ ଶିଘ୍ର ଯିବ ଛିଡି

ମାଗି ନଥିଲି ଆଲୋକ

କାହିଁକି ଜହ୍ନ ହୋଇ ଢାଳିଲ ଜୋଛନା

କହି ତ ନ ଥିଲି ଯିବା ପାଇଁ

କାହିଁକି ଚାଲିଗଲ ଅନ୍ଧକାର ଭରିଦେଇ

କେବେ କଣ କହିଥିଲି

ସାଗରର ନୀଳ ଢେଉ ହୋଇ

ମୋ ହୃଦୟ ବେଳା ଭୂମିକୁ ଯାଅ ଛୁଇଁ

ଆଉ ସମ୍ପର୍କର ପଦ ଚିହ୍ନକୁ ଦିଅ ଭସାଇ

ବେଳେ ବେଳେ ଇଛା ହୁଏ

ପୁଣି ଗଢିବାକୁ ମଧୁର ସମ୍ପର୍କର ସୁତା ଖିଅ

କିନ୍ତୁ ଡର ଲାଗେ

ସମ୍ପର୍କର ଭାବ ଗଭୀର ହେଲେବି

ରଙ୍ଗ ଅନେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance