ହେ ସପନ
ହେ ସପନ
ବରଷା ଭିଜା ଚାନ୍ଦିନୀ ରାତି
ଝିପ ଝିପ ଝରୁଛି ବରଷା
ବାଦଲ ଫାଙ୍କରୁ ଦିଶୁଛି ଚନ୍ଦ୍ରମାର ହସ
ମୁଁ ରହିଛି ଚାହିଁ
ତୁ ସାଜିବୁ କେବେ ରାତ୍ରିର ରାଣୀ
ନିଶାର୍ଦ୍ଧ ନିର୍ଜନତାରେ
ତୁହି ମୋର ବନ୍ଧୁ ତୁହି ମୋର ସଖା
ତୁ ମୋ ପାଇଁ ମୃଦୁ ମଳୟର ବାଆ
ବେଦନା ବିଧୁର ବିରହ ହୃଦୟେ
ତୁ ମୋର ଛନ୍ଦମୟି ପ୍ରିୟା
ତୁ କାହିଁକି କରୁଛୁ ଡେରି
ବାହାରେ ସିନା ଶୁଭୁଛି
ବରଷା ରାଣୀ ର ମଧୁର ଛନ୍ଦ
ନିଃଶବ୍ଦ କୋଠରୀରେ ମନ ମୋର ଅଧିର
ଶୁଣିବାକୁ ତୋ ପାଦ ପାଉଞ୍ଜିର
ରୁଣୁ ଝୁଣୁ ଶବ୍ଦ
ହେ ସପନ ତୁ ଆ
ସରମି ଲତାଟିଏ ପରି
ଛୁଇଁ ଛୁଇଁ ଯା ଦେହ ମନ
ତୋ ପିରତି ଛୁଆଁରେ
ବରଷା ଭିଜା ଚାନ୍ଦିନୀ ରାତି
ହୋଇଯାଉ ସ୍ମୃତି ମଧୁର
ବନ୍ଦ କୋଠରୀରେ ଶୁଭୁ
ଉଷୁମ ପରଶର ମଧୁର ଗୁଞ୍ଜନ
ମୋ ଅପଲକ ନେତ୍ରେ ଭରିଯାଉ ନିଦ
ଆଉ ମିଠା ମିଠା ସପନରେ
ଭରିଯାଉ ନୟନ
