STORYMIRROR

Hemanta Patra

Abstract

2  

Hemanta Patra

Abstract

ହେ ସପନ

ହେ ସପନ

1 min
163

ବରଷା ଭିଜା ଚାନ୍ଦିନୀ ରାତି

ଝିପ ଝିପ ଝରୁଛି ବରଷା

ବାଦଲ ଫାଙ୍କରୁ ଦିଶୁଛି ଚନ୍ଦ୍ରମାର ହସ

ମୁଁ ରହିଛି ଚାହିଁ

ତୁ ସାଜିବୁ କେବେ ରାତ୍ରିର ରାଣୀ

ନିଶାର୍ଦ୍ଧ ନିର୍ଜନତାରେ

ତୁହି ମୋର ବନ୍ଧୁ ତୁହି ମୋର ସଖା

ତୁ ମୋ ପାଇଁ ମୃଦୁ ମଳୟର ବାଆ

ବେଦନା ବିଧୁର ବିରହ ହୃଦୟେ

ତୁ ମୋର ଛନ୍ଦମୟି ପ୍ରିୟା

ତୁ କାହିଁକି କରୁଛୁ ଡେରି

ବାହାରେ ସିନା ଶୁଭୁଛି

ବରଷା ରାଣୀ ର ମଧୁର ଛନ୍ଦ

ନିଃଶବ୍ଦ କୋଠରୀରେ ମନ ମୋର ଅଧିର

ଶୁଣିବାକୁ ତୋ ପାଦ ପାଉଞ୍ଜିର

ରୁଣୁ ଝୁଣୁ ଶବ୍ଦ

ହେ ସପନ ତୁ ଆ

ସରମି ଲତାଟିଏ ପରି

ଛୁଇଁ ଛୁଇଁ ଯା ଦେହ ମନ

ତୋ ପିରତି ଛୁଆଁରେ

ବରଷା ଭିଜା ଚାନ୍ଦିନୀ ରାତି

ହୋଇଯାଉ ସ୍ମୃତି ମଧୁର

ବନ୍ଦ କୋଠରୀରେ ଶୁଭୁ

ଉଷୁମ ପରଶର ମଧୁର ଗୁଞ୍ଜନ

ମୋ ଅପଲକ ନେତ୍ରେ ଭରିଯାଉ ନିଦ

ଆଉ ମିଠା ମିଠା ସପନରେ

ଭରିଯାଉ ନୟନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract