STORYMIRROR

Hemanta Patra

Others

3  

Hemanta Patra

Others

ମନ

ମନ

1 min
556



ମନ ଏକ ଫୁଲର ବଗିଚା

ଯେଉଁଠି ଫୁଟୁଥାଏ ଫୁଲ ବାରମାସି...

ମନ ଏକ ପାହାଡି ଝରଣା

ଯେଉଁଠି ଧାଉଁଥାଏ ଇଛାର ହରିଣ

କୂଳ କିନାରା ନପାଇ.....

ମନ ଏକ ଶୂନ୍ୟତାର ଭାଷା

ତାକୁ କେହି ନପାରନ୍ତି ଜାଣି....

ମନ କେବେ ଆକାଶି କୁଶୁମ

କେବେ ପାହାନ୍ତି ସପନ

କେବେ କରେ ଅଭିନୟ ବଞ୍ଚିବା ପାଇଁ...

ନା ତୁ ହସିପାରୁ ନା କାନ୍ଦିପାରୁ

ତୁତ ଏକ ମରୁ ମରୀଚିକା

ସହଜେ ନ ଦେଉ ଧରା...

ତୁତ ଏକ ଆକାଶର ପରୀ

ଉଡୁଥାଉ ସଦା ଡେଣା ମେଲେଇ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍