STORYMIRROR

Hemanta Patra

Abstract

2  

Hemanta Patra

Abstract

କଳ୍ପନା

କଳ୍ପନା

1 min
167

ତୁ ମୋର ମଧୁମତୀ

ମିଠା ମିଠା ପ୍ରେମର ମିଠା ସ୍ମୃତି

ମୋ ମେଘ ମହଲରେ

ତୁ ଶ୍ରାବଣର ବରଷା ରାତି

ମିଳନ ମଧୁର ଫୁଲ ସେଜରେ

ତୁ ସୁମଧୁର ପ୍ରିତିର ଗୀତି

ତୁ ମୋ ପାଇଁ

ଭିଜା ସକାଳର ସାନ୍ତ ପରଶ

ଉଇଁ ଆସୁଥିବା ସୁରୁଜର

ସୁନେଲି କିରଣ ତଳେ

ସ୍ୱପ୍ନର ଆୟୁଷ

ଅସିମ ଆଶା ଭରା ଜୀବନେ

ତୁ ଜୀବନ ରାଗ

ତୁ ଯେବେ ଆସୁ

ମୋ ରଙ୍ଗହିନ ଜୀବନେ

ଭରିଯାଏ ଫୁଗୁଣର ରଙ୍ଗ

ଝୁମି ଉଠେ ଆଖିର ପଲକ

ନୁଆ ନୁଆ ସପନରେ

ଜୀବନର ଅଭିଧାନେ ହସି ଉଠେ

ଭାବନାର ଶବ୍ଦ ଭଣ୍ଡାର

ଜୀବନ ଯନ୍ତ୍ରଣା ର ଜତୁ ଗୃହେ

ସୁଭେ ସତ ସାଧନାର ଅନ୍ତଃସ୍ୱର

ଛଳନାର ମାୟା ଜାଲେ

ତୁ ମୋ ପାଇଁ ଏକ ନୁଆ ଠିକଣା

ଆଶାଭରା ଜୀବନର

ପୁଣି କେବେ ମୋ ଭଗ୍ୟ ଆକାଶେ

ତୁ କଳା ମେଘ ହୋଇ ଗଲେ ବରଷି

ଭାଙ୍ଗିଯାଏ ମନ

ଆଙ୍କି ହୋଇଯାଏ

ପ୍ରିତି ପ୍ରତାରଣାର ସ୍ପଷ୍ଟ ଚିହ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract