STORYMIRROR

Hemanta Patra

Others

2  

Hemanta Patra

Others

କଳ୍ପନା

କଳ୍ପନା

1 min
468



ଆସିଛି ଫଗୁଣ

ମଳୟର ଧିର ପବନେ

ଚହଟୁଛି ଆମ୍ବ ବଉଳ

ମତୁଆଲା କୋଇଲି ଆମ୍ରକୁଞ୍ଜେ

ତୋଳୁଛି ପଞ୍ଚମ ରାଗ.....

ମୋତେ ଲାଗୁଛି

ତୁମେ ଆସିଛ ଫେରି.....

ମୋ ଟିକି ହୃଦୟେ ସାଇତା ତୁମର ସ୍ମୃତି

ଚୁପି ଚୁପି ମୋ କାନେ କହୁଛି

ଆଜି ବି ତୁ ମୋତେ ପାଉଛୁ ଭଲ....

ବଦଳୁଛି ଋତୁ ବଦଳୁଛି ଦିନ

ବଦଳୁଛି ବର୍ଷ ମାସ

ସମୟର କରାଳ ସ୍ରୋତେ

ବଦଳି ଯାଇଛି ଆମରି ସମ୍ପର୍କ....

ଫୁଲ ଗଜରା ସିନା ମୋ ପାଇଁ ସାଜିଲା ବଇରି

ତୁ କିନ୍ତୁ ସଜେଇ ହେଉଥିବୁ

ଅନ୍ୟର ସିନ୍ଦୂର କୁ ମଥାରେ ବୋଳି.....

ସଂସାର ଜଞ୍ଜାଳେ ତୁ ଥିଲେବି ବ୍ୟସ୍ତ

ତୋ ହୃଦୟେ ଉଙ୍କି ମାରୁଥିବ

ମୋ ପ୍ରତି ଥିବା ତୋର କ୍ଷୀଣ ଆକର୍ଷଣ.....

ତୋ ଝାଉଁଳା ମୁହଁର ଲୁହ ବୋଳା ଆଖି

କହିଥିଲା ଦିନେ ଗଢିବା ଆମେ

ପ୍ରେମର ତାଜମହଲ....

ଆମ ଘର ଅଗଣାରେ ନିତି ବସିବ

ଫଗୁଣର ମେଳା...

କିଏ ଯାଣିଥିଲା ସମୟର ସ୍ରୋତ

ଭସାଇ ନେବ ଆମର ପ୍ରେମ ମହଲ.....

ତୁମ ଠୁ ମୁଁ ଥାଇ ଦୂରେ

ଫଗୁଣର ନାଲି ଗୋଲାପୀ ରଙ୍ଗେ

ଲେଖୁଛି ମୁଁ

ଆମ ଅଭୂଲା ପ୍ରେମର ଗୀତି କବିତା.....


ହେମନ୍ତ କୁମାର ପାତ୍ର,ବୋତଲଟାଙ୍ଗ,

ଯାଜପୁର


Rate this content
Log in