STORYMIRROR

Sagar Kumar Parida

Romance Fantasy

4  

Sagar Kumar Parida

Romance Fantasy

ପ୍ରଥମ ପ୍ରେମ ସଙ୍ଗୀତ

ପ୍ରଥମ ପ୍ରେମ ସଙ୍ଗୀତ

1 min
324

ପ୍ରଥମ ପ୍ରେମର ସ୍ବପ୍ନ ରାଇଜରେ ତୋଳିବି ନୂଆ ନଅର,

ସେହି ନଅରରେ ଭ୍ରମୁଥିବା ଆମେ ନ ଥିବ କାହା ନଜର।।


ଉପରେ ନୀଳିମା ଆକାଶ ବକ୍ଷରେ ହସୁଥିବେ ଚନ୍ଦ୍ର ତାରା,

ମନ ଆନନ୍ଦରେ ପ୍ରେମଗୀତ ଗାଇ ବୁଲୁଥିବା ରାତିସାରା ।।


ଅନେକ ସ୍ବପ୍ନ ଅସୁମାରୀ ଆଶା ମନେ ରଖିଛି ମୁଁ ବାନ୍ଧି,

ତୁମେ ଆସିଗଲେ ମୋ ପାଖକୁ ପ୍ରିୟା ଦେବିଖୋଲି ମୁଁ ସେ ଗଣ୍ଠି।।


ଝରଣା କୂଳରେ ବସିଥିବା ଆମେ ଶୁଣି କୁଳୁକୁଳୁ ଗୀତ,

ଫୁଲର ସୁଗନ୍ଧ ଆଘ୍ରାଣ କରିବା ହୋଇ ପ୍ରେମେ ପୁଲକିତ।।


ନଅରରେ ଥିବା କୋଠରୀ କାନ୍ଥରେ ତୁମ ଫଟୋ ଥିବ ରହି,

ଦେଖୁଥିବି ତାକୁ ମନଭରି ପ୍ରିୟା ସ୍ବପ୍ନ ରାଇଜରେ ଶୋଇ।।


ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ବସ୍ତୁ ତୁମ ହାତେ ଦେଉଥିବି,

ଦାମୀ ଅଳଙ୍କାର ପାଟଶାଢ଼ୀ ଆଣୀ ତୁମକୁ ପିନ୍ଧାଇ ଦେବି।।


ଭଲମନ୍ଦ ତୁମ ବୁଝୁଥିବି ସେଠି ନଥିବ ଦୁଃଖର ଚିହ୍ନ,

ଗଢ଼ିଦେବି ଏକ ପ୍ରେମର ମନ୍ଦିର ରହୁଥିବା ସବୁଦିନ।।


ପ୍ରେମ ରଙ୍ଗବୋଳି ପ୍ରେମ ମନ୍ଦିରକୁ କରିଦେବି ରଙ୍ଗାୟିତ,

ଚିରଦିନପାଇଁ ହେବ ତୁମେମୋର ଏହା ମୋ ପ୍ରେମ ସଙ୍ଗୀତ ।।

    

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance