Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

4  

Santosh Kumar Ojha

Romance Fantasy

ପ୍ରିୟା - ୪୯

ପ୍ରିୟା - ୪୯

1 min
244


ମୁଁ ପ୍ରିୟା ତୁମ

       ଅବନା ଅକ୍ଷର

     ତୁମେ ମୋର ବର୍ଣ୍ଣମାଳା,

ମୁଁ ତୁମ ପାଇଁ

      ଓଁକାର ଧ୍ବନି

     ତୁମେ ମୋର ଜପାମାଳା ।

ତୁମେ ଯେବେ ଥିଲ

        ଅଫୁଟା କଳିକା

         ଭ୍ରମର ମୁଁ ଥିଲି ପାଗଳା

ଯମୁନାକୁ ଯେବେ

       ରାଇ ସାଜି ଗଲ

         ମୁଁ ଥିଲି ତୁମ ନନ୍ଦବଳା ।

ମୁଁ ଥିଲି ଯେବେ

      ପ୍ରେମ ପାଠ ଚାଟ

           ତୁମେ ଥିଲ ପାଠଶାଳା,

ତୁମେ ଥିଲ ପ୍ରିୟା

        କୋଣାର୍କ ପ୍ରତିମା

               ମୁଁ ଥିଲି ଭଗ୍ନଶୀଳା ।

ମୁଁ ଯେବେ ଥିଲି

           କ୍ଳାନ୍ତ ପଥିକ

               ତମେ ଥିଲ ପାନ୍ଥଶାଳା,

ମୁଁ ଏବେ ପ୍ରିୟା

       ବତୀଖୁଣ୍ଟ ଟିଏ

            ତମେ ଉନ୍ମୁକ୍ତ ଉର୍ମି ମାଳା ।

କୁହ ହବ କି ମୋ ଗଳାମାଳା

ପ୍ରିୟା...........ll

             


Rate this content
Log in