STORYMIRROR

Chinmayee Kanar

Romance Tragedy Fantasy

3  

Chinmayee Kanar

Romance Tragedy Fantasy

ମୌସୁମୀ ଆଜି ଫେରିଛି

ମୌସୁମୀ ଆଜି ଫେରିଛି

1 min
128

କବିତା ଟିଏ ଲେଖୁଥାଏ

କି କବିତା? ବୈଶାଖ କବିତା

ବୈଶାଖ କବିତା ଲେଖୁଥାଏ ସିନା,

କିନ୍ତୁ ମନରେ ଥାଏ ମୌସୁମୀ ର ଆଶା

ତାକୁ ପାଇବାର ଅସୀମ ବ୍ୟାକୁଳତା ।


ଶଦ୍ଦହରା ହୋଇ ଗଲି

ମନ ଆହୁରି ବିଚଳିତ ହେଇଗଲା

ଚୁପଚାପ ଅନେଇ ରହିଥାଏ

ଝରକା ଫାଙ୍କରୁ ଛାଣି ହୋଇ ଆସୁଥିବା

ଜହ୍ନ ଆଲୁଅକୁ।


ହଠାତ ଝରକା ରେ କ'ଣ ଗୋଟେ

ଜୋର ରେ ଟପ୍-ଟପ୍ ହୋଇ

ପିଟି ହେବାର ଶଦ୍ଦ ଶୁଭିଲା

ଲାଗିଲା ଯେମିତି କିଏ ଜଣେ

ଝରକା ବାଡ଼େଇ କହୁଛି ଦେଖ

ମୁଁ ଆସିଯାଇଛି ମୁଁ ଜାଣି ପାରିଲି

ହେଇତ ମୌସୁମୀ ଆସିଗଲା

ଆଖି ଖୁସିରେ ଜଳଜଳ ହୋଇ ଉଠିଲା।


ମୌସୁମୀ ର ଶୀତଳ ପବନ ଦେଖି

ଚା'ର ଗରମ ବାମ୍ଫ କୁଆଡ଼େ ଉଭେଇ ଗଲା କେଜାଣି

ବୈଶାଖ ହେଲେ ବି ସେଇ ଗରମ ଚା' 

ମନକୁ ଟିକିଏ ହାଲୁକା କରୁଥିଲା।


ଖୁସିରେ ଚୌକିରୁ ଉଠୁଥାଏ ଝରକା ଖୋଲିବା ପାଇଁ

ପୁଣି ହଠାତ କିଛି ଗୋଟେ ମନେ ପଡ଼ିଗଲା

କ'ଣ ମନେ ପଡ଼ିଲା ? ମନେ ପଡ଼ିଛି ସେ

ଅଭୁଲା ଯନ୍ତ୍ରଣା ହଁ ବୈଶାଖ ରେ ଏକା-ଏକା

ସହିଥିବା ସେ କଷ୍ଟ ମୌସୁମୀକୁ ଝୁରି ହେବାର ସେ ଦୁଃଖ

ବିରହର ସେ ସମୟ

ମନରେ କେମିତି ଗୋଟେ ଅଭିମାନ ସୃଷ୍ଟି ହେଲା

ରାଗରେ ପୁଣି ବସି ପଡ଼ିଲି।


ମୌସୁମୀ ବର୍ଷା ଆହୁରି ଜୋରରେ 

ଶଦ୍ଦ କରିବାକୁ ଲାଗିଲା

ସହି ନପାରି ଉଠି ଯାଇ ଝରକା ଖୋଲି

ଠିଆ ହେଲି ଝରକା ପାଖରେ।


ମୌସୁମୀ କୁ ଦେଖି ହସିଦେଲି

ହସିଦେଲି ସିନା, ହେଲେ ସେ ହସ ରେ

ଖୁସିର ବାସ୍ନା ନଥାଏ

ଖାଲି ଥାଏ ଅଭିମାନର ଗନ୍ଧ।


ହସିହସି କହିଲି ଓ ତୁ ଆଜି ଫେରିଛୁ,ପୁଣି ଚାଲି ଯିବୁ

ତୁ କ'ଣ ଭାବୁଚୁ ମୁଁ ପୁଣି ଥରେ ଆପଣେଇ ନେବି ତତେ

ସେ ଭୁଲ କରିବାକୁ ଆଉ ମୋର ସାହସ ହେଉ ନାହିଁ

ମୁଁ ବୈଶାଖ କୁ ଆପଣେଇ ନେଇଛି । 

ଯାହା ରହିଲା ଅସ୍ତିତ୍ବ ମେଣ୍ଟାଇବାର ଇଚ୍ଛା।


ହଠାତ ବର୍ଷାର ବେଗ ବଢ଼ିବାରେ ଲାଗିଲା

ପାଣି ସବୁ ମୋ ମୁହଁ ରେ ଜୋରରେ ଛିଟିକି ହେଲା

ଲାଗିଲା ଯେମିତି ମୌସୁମୀ କାନ୍ଦି-କାନ୍ଦି ଲୁହ ତକ

ମୋ ଉପରେ ନିଗାଡ଼ି ଦେଉଛି।


ଆସ୍ତେ ଆସ୍ତେ ବର୍ଷା କମିଯାଇ ଆକାଶ ପୁଣି

ଜହ୍ନ ଆଲୁଅରେ ଉଜ୍ଜ୍ୱଳ ହୋଇ ଉଠିଲା

ମୁଁ ପୁଣି କାଗଜ କଲମ ନେଇ 

ବସି ପଡ଼ିଲି ବୈଶାଖ କବିତା ଲେଖିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance