STORYMIRROR

Harekrushna Deb Sahoo

Romance Action Fantasy

3  

Harekrushna Deb Sahoo

Romance Action Fantasy

ପରମ ପବିତ୍ର ଗ୍ରାମ୍ୟ ସଂସ୍କୃତି

ପରମ ପବିତ୍ର ଗ୍ରାମ୍ୟ ସଂସ୍କୃତି

1 min
172


  ଚିରସ୍ଥାୟୀ ଅମର ଗ୍ରାମ୍ୟ ସଂସ୍କୃତି

ପୂର୍ବ ଅପୂର୍ବ ସଦନେ ଉଦିତ ଗ୍ରାମ୍ୟ ସଂସ୍କୃତି 

  ସହାସ୍ୟ ବଦନେ ମୋ ଗ୍ରାମ୍ୟ ସଂସ୍କୃତି

   ଝରି ପଡୁଛି ମହୁ ଝରଣ ଅତି ।୦


ମୋ ଗାଁ ମୋ ସଂସ୍କୃତି    ହସି ଉଠେ ନିତି ନିତି 

  ଏ ଫୁଲରୁ ସେ ଫୁଲ ଉଡିବୁଲେ ପ୍ରଜାପତି,

ମୋ ଗାଁ ମୋ ଐତିହ୍ୟ    ବାସୁଥାଏ ମହ ମହ

 କ୍ଷୁଦ୍ର ପକ୍ଷୀ ପ୍ରଚାରେ ବାଣ୍ଟିଦେଇ ସ୍ନେହ ପ୍ରୀତି ।୧


ମୋ ଗାଁ ମୋ କାହାଣୀ   ମନୋହର ନୀତି ବାଣୀ 

  ଗାଁ ଶେଷ ମୁଣ୍ଡେ ଭାଗବତ ଟୁଙ୍ଗୀ ସଞ୍ଜବତୀ,

ମୋ ଗାଁ ମୋ ସାହିତ୍ୟ   ବୁଣେ ମଞ୍ଜି ଲୋକହିତ

 ନାଟ୍ୟ ମଣ୍ଡପେ ରାମଲୀଳା ଉଭା ସୀତା ସତୀ । ୨


ମୋ ଗାଁ ମୋ ମନ୍ଦିର     ନାହିଁ ତାର ପଟାନ୍ତର

 ମା' କୁଶଙ୍ଗାଇ ଦେବୀ ପରା ଆମରି ସଂସାର,

ମୋ ଗାଁ ମୋ ଅନ୍ତର    ଲୟେ ଜପେ ନିରନ୍ତର 

  ଛୁଇଁ ଚରଣ କରେ ଅର୍ପଣ ନାଲି ମନ୍ଦାର ।୩


ମୋ ଗାଁ ମୋ ସଂସ୍କୃତି   ସଞ୍ଜ ସକାଳ ଆରତୀ 

  ମଙ୍ଗଳମୟ ରବି ଢାଳି ଦିଏ ନିତି ନିତି,

ମୋ ଗାଁ ମୋ ସଂହିତା    ରଚିଛନ୍ତି ଲକ୍ଷ୍ମୀମାତା 

 ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ ଗୀତି ।୪


ମୋ ଗାଁ ଲୋକକଥା    ଢଗ ଢମାଳି କଥାଲଥା 

 ବାଜୁଥାଏ ଲୋକବାଦ୍ୟ ଭ୍ରମର ବୀଣା ଯଥା,

ମୋ ଗାଁ ଲୋକଗୀତ ଡାଳଖାଇ ଦେଶୀ ସଙ୍ଗୀତ 

 କୁଆଁରୀ ଝିଅ ଖେଳ ହୁମୋବଉଲ ବାନ୍ଧି ମଥା।୫


ମୋ ଗାଁ ମୋ ସଂସ୍କୃତି    ରହିଛନ୍ତି ଲକ୍ଷ୍ମୀପତି

  ଭଜୁଛନ୍ତି ଆଚାଣ୍ଡାଳ ବ୍ରାହ୍ମଣ କୋଟିପତି,

ମୋ ଗାଁ ମୋ କୋଣାର୍କ  ଶିଳ୍ପୀ ସମାଜ ସମ୍ପର୍କ 

   ବାରଶହ ବଢେଇ ଧର୍ମପଦ ଛନ୍ତିଏକ ।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance