ଶ୍ରୀ ବାଲ୍ମୀକି ମହର୍ଷି
ଶ୍ରୀ ବାଲ୍ମୀକି ମହର୍ଷି
ରଚେ ବାଲ୍ମୀକି ମହର୍ଷି ଶ୍ରୀରାମ ଚରିତ୍ର,
ରାମାୟଣ କଥା କହନ୍ତି ଅତି ପବିତ୍ର ।
ସରଯୁ ନୀର ସେ ମଧୁର ଶୀତଳକର,
ସୁବାସ ନିର୍ମଳ ସେ ଗମ୍ଭୀର ମନୋହର ।
ବନଜ ମଣ୍ତିତ ଶୋଭିତ ଭ୍ରମର ରାଗ ।
କମଳ କୁମଦ ବନ ଜଳପ୍ରଭା ବେଗ ।
ନଦୀ ତଟେ ଅଯୋଧ୍ୟାପୁର ଅତି ସୁନ୍ଦର ।
ତ୍ରିପୁରେ ନାହିଁ କିବା ସେ ସ୍ୱର୍ଗସୁନ୍ଦର ।
ମଣ୍ତପ ସ୍ବର୍ଣ୍ଣରୂପ ବେଷ୍ଟିତ ଅଟ୍ଟାଳୀମାନେ ।
ପ୍ରାଚୀର ପ୍ରାସାଦ ପ୍ରକୋଷ୍ଠ ଦିବ୍ୟଯାନେ ।
ରଙ୍ଗ ଧବଳମୟ ଦୃଶ୍ୟ ଚିତ୍ରଣ ଶୋଭା ।
ସିନ୍ଧୁମନ୍ଥନ କରି ଫୁଟିପଡେ କି ଅବା ।
ସ୍ତ୍ରୀ ସଙ୍ଗେ ପୁରୁଷ କାମଦେବ ରତି ପ୍ରାୟ ।
ଆନନ୍ଦ ଭବନେ ଦେବ ବ୍ରାହ୍ମଣେ ବିନୟ ।
ଦ୍ୱିତୀୟ କୁବେର ବୀରେଶ୍ୱର ବଇଷ୍ଣବ ।
ଚରିତ୍ର ଯୁବତୀ ଚିତ୍ରିତ ଯୌବନ ନବ ।
ଅଷ୍ଟମୁନିବର ଜଣେ ଜଣେ ବୃହସ୍ପତି ।
ପାରନ୍ତି ସେ ଜିତି ଯେ ନୀତି ଭୁଷିତ କ୍ଷିତି ।
ରାଜା ସୂର୍ଯ୍ୟବଂଶୀ କୁଳରେ ଅଟଇ ଜାତ ।
ନୃପତି ସେ ବୀର ଦଶରଥ ନାମେ ଖ୍ୟାତ ।
ସକଳ ଗୁଣେ ନିପୁଣ ରଣେ ଧ୍ରୁବଜୟୀ ।
ସମରେ ଶମନଭ୍ରାତାକୁ ଅତି ନିର୍ଭୟୀ ।
ଅସଂଖ୍ୟ ବୀର ବଳେ ମେଦିନୀ ଟଳ ଟଳ ।
ଅନେକ ଅଶ୍ୱ ରଥ ଗଜ ପଦାତି ଦଳ ।
ରାଜା କରେ ପୂଜା ପୁତ୍ର ପ୍ରାପତ ନିମନ୍ତେ ।
ଅନେକ ବରଷ ପୂଜା କଲେ ଶୁଭ ମତେ ।
ପୁତ୍ର ନୋହିଲାରୁ ରାଜା କଲେ ବହୁ ଶୋକ ।
ପ୍ରବୋଧେ କହିଲେ ସୁମନ୍ତ୍ରମନ୍ତ୍ରୀ ଅନେକ ।
"ସୁମନ୍ତ୍ର ବୋଲେ ଶୁଣ ସନତକୁମାର ବାଣୀ ।
ବିଭାଣ୍ତକସୁତଇଷ୍ଟଯଜ୍ଞ କଲେ ପୁତ୍ର ହେବ ଅଛି ଶୁଣି ।
ଅଙ୍ଗ ଦେଶରେ ଅନାବୃଷ୍ଟି ହୋଇଥିଲା ।
ଲୋମପାଦେ ରାଜ୍ୟେ,
ବିଭାଣ୍ତକ ସୁତ ପାଇଁ ବୃଷ୍ଟି ହୋଇଲା ।
ତେଣୁକରି ତାଙ୍କୁ,
ଶାୟନ୍ତା କନ୍ୟାକୁ ବିଭା କରାଇଲେ ରାଜା ।
ବୋଲେ ବିଶି ଋଷ୍ୟଶୃଙ୍ଗ,
ଏବେ ତାଙ୍କ ପୁରେ ପାଉଛନ୍ତି ପୂଜା ।"
