ପ୍ରିୟା ତୁମେ
ପ୍ରିୟା ତୁମେ
ତୁମ ବିନା ପ୍ରିୟା ଜୀବନ ଅଧୁରା
ତୁମେ ମୋର ସବୁକିଛି
ତୁମ ବିନା ସାଥୀ ସୁଖ ସାତସ୍ୱପ୍ନ
ପାରିବିନି ଦଣ୍ଡେ ବଞ୍ଚି
କିଏ ହେବ ତୁମ ପରି
ତୁମେ ଏକା ମୋର ସବୁଜ ସପନ
ସରଗ ରାଇଜ ପରୀ ।
ରୂପରାଇଜର ତୁମେ ଗୋ ଉର୍ବଶୀ
ତୁମେ ଶାନ୍ତି ଶତଦଳ
ମନ ବଗିଚାର ସଜ ଗୋଲାପ ମୋ
ତୁମେ ମଳୟ ସମୀର
ପ୍ରିୟତମା ଅନୁପମା
ଭରିଦିଅ ପ୍ରେମ ଆନନ୍ଦ ଉଲ୍ଲାସ
ତୁମେ ମୋର ସୁଖ ସୀମା ।
ହସିଉଠେ ମୋର ସୁଖର ସ°ସାର
କୂଳ ପରିବାର ଘର
ସ୍ୱଚ୍ଛ ମନ୍ଦାକିନୀ ତଟିନୀ ଗୋ ତୁମେ
ପ୍ରାଣପ୍ରିୟା ପତ୍ନୀ ମୋର
ଆତ୍ମିୟତା ଅନୁରାଗ
ନିର୍ଝରେ ଅମୃତ ଝଲସେ ଆଖିରେ
ମମତା ସ୍ନେହ ସୋହାଗ ।
ତୁମେ ମୋ ସ୍ପନ୍ଦନ ଶୀତଳ ଚନ୍ଦନ
ପ୍ରିତିମୟୀ ସୁହାସିନୀ
ଶାନ୍ତିସୁଧା ତୁମେ ପ୍ରିୟା ଗୋ ସୁଖଦା
ପ୍ରାଣେଶ୍ୱରୀ ଅର୍ଦ୍ଧାଙ୍ଗିନୀ
ପଥ ତୁମେ କୁସୁମିତ
ତୁମେ ମଧୁଛନ୍ଦା ଜୀବନ ମୂର୍ଚ୍ଛନା
ଲୟ ଅପାଶୋରା ଗୀତ ।
