STORYMIRROR

Biswajita Baral

Tragedy Fantasy Inspirational

3  

Biswajita Baral

Tragedy Fantasy Inspirational

ନିଶିଥିନୀର ନାୟିକା

ନିଶିଥିନୀର ନାୟିକା

1 min
162

ନୁହେଁ ସେ କଳିକା 

ସେ ଏକ ବାଳିକା 

ଗଣିକା ହେବା 

ନଥିଲା ତା'ର ଅଭିଳାଷ 

ଏ ସଭ୍ୟ ସମାଜ କ'ଣ ମୂଲ ଦେଲା

ତା ଏକେଲା ପଣର

ଭାବିଲା ବେଳକୁ ନୟନ କୋଣରେ 

ଜମାଟ ବାନ୍ଧେ କୁଢ଼ କୁଢ଼ ଅନ୍ଧାର

ବିସ୍ମୃତ ଅତୀତ ବିସ୍ତୃତ ପରିଚୟ ।


ଝୁଣି ଝୁଣି ଖାଇଗଲେ 

ଶ୍ବାନ ଶୃଗାଳ ପରି 

ଖଣ୍ଡ ଖଣ୍ଡ ମାଂସ 

ଦଳ ଦଳ ଚିଲ ,ଶାଗୁଣା ପଲ

ଚଞ୍ଚୁରେ ବିଦାରି ଫିଙ୍ଗିଦେଲେ

ପରିତ୍ୟକ୍ତ ତାର ନିର୍ଜୀବ ଶରୀର

ସଭ୍ୟ ସମାଜର 

ଅଳିଆ ଗଦାରେ ।


ପେଟର ଭୋକ ମରିଥାଏ 

କିଛି ଖାଦ୍ୟରେ

ଦେହର ଭୋକ ମରିଯାଏ କି 

ଏଇ କ୍ଷୁଧାତୁର 

ନର ମାଂସ ଲୋଭୀଙ୍କର

ଅସୁମାରୀ କାମନାର ବହ୍ନି

ପ୍ରଜ୍ଜ୍ୱଳିତ ହୁଏ ଲେଲିହାନ ଶିଖା ନେଇ

ଦେହ ଭୋଗ ଉତ୍ତାରେ 

ଅନ୍ତହୀନ କ୍ଷୁଧା

ପ୍ରଶମିତ ଆଳେ

ଗ୍ରାସିଯାଏ ସମଗ୍ର ଜୀବନ ସତ୍ତା ।


ସେ ଏକ ନାୟିକା 

କାହା ପାଇଁ ପୁଣି

ନିଶାମୁଖର ପ୍ରେମିକା 

କେବେ ସାଜିଥାଏ 

ରାତ୍ରର ଶଯ୍ଯାସଙ୍ଗିନୀ 

ଆବଦ୍ଧ କୋଠରୀର

ଛିନ୍ନ ପାଖୁଡ଼ା ବିଚ୍ଛୁରିତ

ଶଯ୍ୟାପରେ ।


ଆସ,ଆସ ଦେଖିଯାଅ ଥରେ 

ବେଦନାର ଅନ୍ତର୍ଦାହରେ ବିଗଳିତା 

ଖୋଜୁଥାଏ 

ଜୀବନ ପରିଚୟ ଅହରହ 

ରାତିରେ ମରେ ବାରମ୍ବାର ପୁଣି

ସକାଳେ ବଞ୍ଚିଥାଏ ନୂଆ ଏକ 

ପଲ୍ଲବିତ ଆଶା ନେଇ ।


ମୃତ୍ୟୁ ବି ତା ପାଇଁ ସାତପର

ମାତ୍ର ପ୍ରତିକ୍ଷଣ 

ଅନିଚ୍ଛା ସତ୍ତ୍ବେ ପିଉଥାଏ 

ଜୀବନର ଜହର

ସେ କ'ଣ ଏକ ମଞ୍ଚସ୍ଥ ନାଟକର

ଭୁଲ୍ ସଂଳାପିତ ଦୃଶ୍ୟଟିଏ

ଏ କ'ଣ ତା'ର ପ୍ରାପ୍ତି

ନିର୍ବାସିନ ନିଏ ନବବଧୂର

ସିନ୍ଦୁରିତ ଲାଲିମାରୁ

ଜୀବନର ଅସୁମାରୀ ସୁଖରୁ,

ଅଶାନ୍ତ ପରାହତ ନାୟିକା ଟେ

ଜୀବନ ସଂଗ୍ରାମରେ ।


କେହି ତ ଜଣେ ରାମଚନ୍ଦ୍ର ଜନ୍ମନିଅ

ନିସ୍ତରି ଯାଉ ପାଷାଣୀ ଅହଲ୍ୟା 

ପ୍ରକଟିତ ହେଉ ଦେବୀ ରୂପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy