STORYMIRROR

Sarmistha Palai

Tragedy

4  

Sarmistha Palai

Tragedy

ମିଛ ସପନ

ମିଛ ସପନ

1 min
374


ଦୁଈ ଦିନ ପାଇଁ ଆସିଲୁ ଜୀବନେ

  ସପନ ସମ୍ଭାର ନେଇ।

ଛାଡି ଚାଲିଗଲୁ ଅଧା ବାଟେ ହାତ

  କେମିତି ବଞ୍ଚିବି ମୁହିଁ।


କେତେ ମିଠା ମିଠା ସପନ ଦେଖାଇ

  କହିଥିଲୁ କାନେ କଥା।

ହୃଦୟ ଟା' ଆଜି ଖଣ୍ଡ ଖଣ୍ଡ ହୁଏ

  ଦେଖି ମନେ ଉଠେ ବ୍ୟଥା।


କାହିଁକି ମୋତେ ତୁ' ସଜାଇ ଥିଲୁ

  ସପନର ମୋତେ ରାଣୀ।

ରାତି ପାହି ନାହିଁ ଶେଷ କରିଦେଲୁ

  ପୀରତିର ସେ' କାହାଣୀ।


ବିଶ୍ୱାସ ଭରଷା ତୁଟାଇ ମୋହର

  ଚାଲି ଗଲୁ ବହୁ ଦୂର।

କେମିତି କହରେ ତୋତେ ମୁଁ ଭୁଲିବି

  କଟିଥିଲି ବା' ନିଜର।


ଆଖିରୁ ଝରୁଛି ଶ୍ରାବଣର ଝର

  ଅନ୍ତରେ ଉଠୁଛି କୋହ।

ଏ' ଜୀବନେ ତୋର ହୋଇ ପାରିଲିନି

   ତଥାପି ତୁଟୁନି ମୋହ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy