STORYMIRROR

Kabiratna Nutan Kumar Behera

Romance Tragedy

4  

Kabiratna Nutan Kumar Behera

Romance Tragedy

ଅନ୍ତର୍ଦାହ/ଭଙ୍ଗା ହୃଦୟ

ଅନ୍ତର୍ଦାହ/ଭଙ୍ଗା ହୃଦୟ

1 min
350


କଠିନ ଶିଳାର ଆଘାତରେ ଭାଙ୍ଗିଲା ପରି

ମାଟି ପାତ୍ର ଅବା କାଚ ଖଣ୍ଡ ଯେତେ

ହୃଦୟ ବି ଭାଙ୍ଗେ ନିତି ନିତି କେତେ କେତେ

ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ

ସେ ଅନ୍ତରର ଅସହ୍ୟ ଅନ୍ତର ବେଦନା

ଭଙ୍ଗା ହୃଦୟ ନେଇ ବଞ୍ଚିବାକୁ ହୁଏ ଯନ୍ତ୍ରଣାରେ

ପାଲଟି ଯାଇ ଏକ ନିର୍ବାକ୍ ଜୀଅନ୍ତା ଶବ

ହୃଦୟ ଭାଙ୍ଗେ ପ୍ରେମର ପ୍ରତାରଣାରେ

ଭାଙ୍ଗେ ପୁଣି ପାର୍ଥିବ ଦୁଃଖ ଦୈନ୍ୟର ତାଡ଼ନାରେ

ସ୍ବପ୍ନ ହୁଏ ଧୂଳିସାତ୍ ଆଶା ହୁଏ କୁହୁଡ଼ି ଧୂଆଁ

ଜୀବନରେ ଆସକ୍ତିର ହୁଏ ପରିସମାପ୍ତି

ଯେଉଁ ହୃଦୟରେ ନଥାଏ ଦରଦ କି ସରାଗ

ଅବା ନ ଥାଏ ସହାନୁଭୂତି କି ଅନୁକମ୍ପା

ସେ ହୃଦୟ ହୃଦୟ ନୁହେଁ ଏକ କଠିନ ଶିଳା ମାତ୍ର

ସେହି କଠିନ ଶିଳାର ହୃଦୟ ହିଁ ଭାଙ୍ଗେ ହୃଦୟ

ଇର୍ଷାରେ ହିଂସାରେ ଦ୍ଵେଷରେ ଘୃଣାରେ

ବୁଝେନା ସେ ଭଲ ପାଇବାର ମର୍ମ କି ଧର୍ମ

ସେ ହୋଇଥାଏ ନିଷ୍ଠୁର ପାଷାଣ ନିର୍ମମ ବର୍ବର

ସେ ଶାନ୍ତିରେ ବଞ୍ଚେନା କି ବଞ୍ଚିବାକୁ ଦିଏନା

ଭଙ୍ଗା ହୃଦୟଟା କେବଳ ହେଉଥାଏ ଛଟପଟ

ଝରାଇ ତା ବୁକୁର ତତଲା ସତେଜ ରକ୍ତ

ଛାତିର କୋହ ଆଉ ଆଖିର ଲୁହରେ କୁହୁଳୁଥାଏ 

ଅବ୍ୟକ୍ତ ସେ ଜୀବନ ଯନ୍ତ୍ରଣାର ଅନ୍ତର୍ଦାହ

ହୁଏ ନିଃସ୍ଵ ଅସହାୟ ରହେ ସେ ନିରୁପାୟ

ସମୟର ପ୍ରତିକୂଳରେ ପାଲଟେ ଭଉଁରୀର ପତ୍ର

ବିଡମ୍ବନାର ଦୂରବସ୍ଥାକୁ ଭାବେ ଏକ ଅଭିଶାପ

କରେ ଅନୁଶୋଚନାରେ ଖାଲି ଅନୁତାପ

ହତାଶ ନିରାଶରେ ମୃତ୍ୟୁକୁ କରୁଥାଏ ଆହ୍ବାନ

ଅନ୍ତର୍ଦାହର ଯନ୍ତ୍ରଣାରେ ଶତ ଶତ ବାର...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance