କେମିତିକା ଏ ସ୍ୱାଧୀନତା
କେମିତିକା ଏ ସ୍ୱାଧୀନତା
ପୂଣ୍ଯ ଭୂମି ମୋର ଏ ଭାରତ ମାଟି
ପୂଣ୍ଯ ମୋ ଜନମ ଭୂଇଁ
ଗାନ୍ଧୀ ଗୋପବନ୍ଧୁ କେତେ ମହାପୁରୁଷ
ଲଢିଥିଲେ ସ୍ୱାଧୀନତା ପାଇଁ ।
ସତେ ଯେମିତି ତାଙ୍କ ବଳିଦାନ ଆଜି
ଗଲାଣି ତୁଚ୍ଛ ହୋଇ
ଅହିଂସା ମାର୍ଗ ଛାଡି ହିଂସା ମାର୍ଗରେ
ଯାଉଛି ସମାଜ ଧାଇଁ ।
ନାରୀ ନିର୍ଯ୍ଯାତନା ହୁଏ ବଧୂ ହତ୍ୟା
ଚାଲିଛି ଏଠି ବଢି
ଶିକ୍ଷିତ ଯୁବକ ଏଠି ଦାଦନ ଶ୍ରମିକ
ସାଜିଛି ଅର୍ଥ ବଇରି ।
ସ୍ୱାଧୀନ ଭାରତର ସନ୍ତାନ ବୋଲି
ଆଜି'ବି ଆମେ କହୁଛୁ
ଦୁର୍ନୀତି ପରେ ଦୁର୍ନୀତି ଏଠି ଚାଲିଛି
ସତେ'କି ସ୍ୱାଧୀନ ହୋଇଛୁ ।
କେମିତିକା ଏ ସ୍ୱାଧୀନତା ଆମର
ଆଜି'ବି ହୁଏ ଭୃଣ ହତ୍ୟା
ଅସହାୟ ଲୋକଙ୍କୁ ନ୍ୟାୟ ମିଳେନି
ହୁଏ ଖାଲି ଲୋକ ହସା ।
