STORYMIRROR

Suresh chandra Padhy

Tragedy

4  

Suresh chandra Padhy

Tragedy

ଏମିତି ଭାବ

ଏମିତି ଭାବ

1 min
252


ଏମିତି ଭାବ ଟେ ଦିଅ ହେ ସାଆନ୍ତ

      ନିତିଦିନ ତୁମକୁ ଭଜିବି

ସେ ଭାବ ରେ ତୁମକୁ ଚାହିଁ ହେ ସାଆନ୍ତ

       ଦୁଃଖ ସବୁ ଭୁଲି ଯିବି

ଏମିତି ଭାବ ଟେ।


ଜୀବନ ରେ ତୁମକୁ ମାଗେନି କିଛି

ତୁମରି ଶ୍ରୀକ୍ଷେତ୍ର ରେ ଶାନ୍ତି ମିଳୁଛି

ତୁମରି ନାମ ରେ ହଜି ଯାଉଅଛି

ହୃଦ କନ୍ଦର ରେ ତୁମକୁ ଦେଖୁଛି ।


ଏମିତି ଜାଗା ଟେ ଦିଅ ହେ ସାଆନ୍ତ

      ନିରଳାରେ ଗୁଣ ଗାଇବି

ସେଇ ଜାଗା ରେ ତୁମ ଗୁଣକୁ ଗାଇ 

      ତୁମ ପାଇଁ ସାଆନ୍ତ ନିଜକୁ ଭୁଲିବି

ଏମିତି ଭାବ ଟେ ।


ଧନ ପାଇଁ ଆଶା ନ ରହୁ ମୋହର

ତୁମେ ତ ପରମ, ଧନ ଭକତ ର

ସାଥି ହୋଇ ନାହିଁ କେହିତ ମୋହର

ତୁମ ବନ୍ଧୁ ହେଲେ, ଡର ନାହିଁ ମୋର ।


ଏମିତି ମନଟେ ଦିଅ ହେ ସାଆନ୍ତ

        ତୁମକୁ ନିତି ସେ ମନେ ଦେଖିବି

ମନ ମନ୍ଦିର ରେ ତୁମକୁ ଦେଖି

         ଆନନ୍ଦରେ ସାଆନ୍ତ ବୁଡି ଯାଉ ଥିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy