STORYMIRROR

ଚନ୍ଦନ ନାୟକ

Tragedy

3.8  

ଚନ୍ଦନ ନାୟକ

Tragedy

ପ୍ରେମ ଏକ ପ୍ରତାରଣା ଡାଳ

ପ୍ରେମ ଏକ ପ୍ରତାରଣା ଡାଳ

1 min
290

ପ୍ରେମ କରି ବାରମ୍ବାର ଲାଞ୍ଛନା ଖାଇବା ସତ୍ତ୍ୱେ 

ମୁଁ ପ୍ରେମ କରେ 

ପ୍ରେମ ଏକ ପ୍ରତାରଣା ଡାଳ ଟିଏ 

ମୋ ହୃଦୟ ମରୁ ବାଲିର ସୁସ୍କନ୍ଦନରେ ।


ପ୍ରେମ ପାଇଁ ବାରମ୍ବାର ପଶ୍ଚାତାପ 

ବାରମ୍ବାର ଚକ୍ଷୁଜଳ, ଆକୁଳ ନିବେଦନା 

ସତେ ଅବା ପ୍ରେମ ସହ ଜୀବନର 

ଏତେ ବେଶୀ ଘନିଷ୍ଠତା, ମୂଲ୍ୟହୀନ ପ୍ରତାରଣା ।


ପ୍ରେମ ଏକ ଆଦିମ ପିପାସା 

ମଣିଷର ଦେହ ଏବଂ ମନ ସହ 

ହୃଦୟ ବେଦନାର ମୀମାଂସା ।


ପ୍ରେମ ମଧ୍ୟ ହୋଇ ପାରେ ଗୋଲାପର ଆକର୍ଷଣ 

ବସନ୍ତ ସ୍ବପ୍ନର ସୁରଭି 

ଅଥଚ ତା ଦେହ ସାରା କଣ୍ଟକିତ

ଯାହାର ଆଘାତେ ପ୍ରାଣ ଛଟପଟ 

ଦେହ ସାରା ପୋଡ଼ା ଜଳା ଅବ୍ୟକ୍ତ ଯନ୍ତ୍ରଣା 

ପ୍ରେମ ଏକ ମାନବ ଗ୍ରାସି ଅଗ୍ନିଶିଖା 

କାମୁକ କମୁକୀ ଏଥି ଶୁଷ୍କ ବ୍ୟଞ୍ଜନା ।


ପ୍ରେମ ଏକ ଚମତ୍କାର ଦୀପ ଶିଖା 

ଉପରଟା ଆଲୋକାକାର 

ଭିତରଟା କୁତ୍ସିତ ଅନ୍ଧାର ।

କୁତ୍ସିତ ଅନ୍ଧାରେ ମୁଁ କଳୁଷିତ ପ୍ରେମିକ

ତଥାପି ମୁଁ ପ୍ରେମ କରେ 

ଅଶ୍ରୁ ଢାଳେ, ନିଜକୁ ଲୁଚେଇ ରଖେ

ପ୍ରତାରଣା ଡାଳ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy