STORYMIRROR

ଚନ୍ଦନ ନାୟକ

Inspirational Others Children

3.4  

ଚନ୍ଦନ ନାୟକ

Inspirational Others Children

ଗାନ୍ଧୀଙ୍କ ରାମ ରାଜ୍ୟ ଆଜି

ଗାନ୍ଧୀଙ୍କ ରାମ ରାଜ୍ୟ ଆଜି

1 min
168

ଗାନ୍ଧୀଙ୍କ ଇଚ୍ଛା ଥିଲା ଗଢିବାକୁ ଦିନେ ରାମ ରାଜ୍ୟ 

ରାମ ତ ଗଲେ ରାବଣ ବି ଗଲା,

କିନ୍ତୁ ହୋଇ ଅଛି ଏବେ ଭ୍ରଷ୍ଟ ନେତାଙ୍କ ରାଜ୍ୟ ।

ଦେଖରେ ସଭିଏଁ ଏଠି ବ୍ୟବସାୟୀଙ୍କୁ ଶୋଷନ୍ତି ନେତା,

ସେଇ ବ୍ୟବସାୟୀଙ୍କ ଶୋଷଣର ଶିକାର ହୁଅନ୍ତି ଏଠି ଜନତା ।

ଇଏ ହେଉଛନ୍ତି ରାଜ ନେତା...


ଭୋକ ବିକଳରେ ଉପାସ ରୁହନ୍ତି 

ନଖାଇ ନପିଇ ଅଧେ ମରନ୍ତି,

ଦେଖିବ ଏ ସବୁ କିଏ,

ନିଜ ସ୍ଵାର୍ଥ ଏଠି ଆଗ ଦେଖନ୍ତି

ରାଜ ନେତା ପରା ଇଏ....


ଗାନ୍ଧୀ ବାଦ ତୁମ କୁଆଡେ ଗଲାରେ 

ବୋଲାଅ ତୁମେ ଗାନ୍ଧୀ ବାଦି,

ଆମ ରାଜ୍ୟକୁ କଣ ରାମ ରାଜ୍ୟ କରିବ

ନିଜେ ପରା ତୁମେ ଭ୍ରଷ୍ଟ ବାଦି ।

ଭ୍ରଷ୍ଟତା ତୁମର ଗାଦି....


ଅହିଂସା ଅହିଂସା ବୋଲାଅ ତୁମେ

ଭିତିରି ହିଂସା କର,

କିଏ ଯଦି ତୁମ ବିରୋଧେ ଗଲା

ପଛରେ କଥା, ଆଗ ସଂସାରରୁ କର ପାର ।

ଇଏ ପରା ଭ୍ରଷ୍ଟା ନେତାଙ୍କ ଆଚାର....


ଆହେ ସଂସାରୁ ପରି କରିବା କ'ଣ ତୁମ ହାତରେ 

ସଂସାରୁ ପରି କରିବା କ'ଣ ତୁମ ହାତରେ 

ଉତ୍ତର ଦିଅ...

ତୁମେ କ'ଣ ଯମ ଏଇ ମର୍ତ୍ତ୍ୟର 

ଯମ ନୁହେଁ ସତ, ବାହାନ ନୁହେଁ ତୁମ ମଇଁଷି, 

ହେଲେ ଆସ ତୁମେ କଳା ଧଳା ମଟରରେ ।

ନେତା ନୁହଁ ତୁମେ ଗୋଟେ ଗୋଟେ ଯମରେ....


'କେହି ରହି ନାହିଁ' ରଖି ଥାଅରେ ମାନେ 

ବୃଦ୍ଧ ହେଲା ପରେ ତୁମରି ପୁଅବି 

ପଚାରିବ ନାହିଁ ଦିନେ ।

ସୁଣରେ ଅତ୍ୟାଚାରୀ ମାନେ....


ସୁଧୁରି ଯାଅରେ ଭ୍ରଷ୍ଟାଚାରି ଗଣ 

ଛାଡ ତୁମ ଭ୍ରଷ୍ଟ ରାଜନୀତି,

ଉଛୁଳା ହେଲାଣି ଅତ୍ୟାଚାର ନଈ,

ଫାଟୁ ନାହିଁ ତୁମ ଛାତି ।

ଛାଡ଼ରେ ଛାଡ଼ରେ ଭ୍ରଷ୍ଟାଚାର ନୀତି, 

ହୁଅ ତୁମେ ଗାନ୍ଧୀ ପଥ ଯାତ୍ରୀ,

ରାବଣ ବିନାଶେ ରାମ ରାଜ୍ୟ ହେବ 

ସରିବ ଭାରତେ ରାବଣର କାଳ ରାତ୍ରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational